ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲଙ୍କ ୱାଟ୍‌ସପ୍ ହ୍ୟାକ…

add-all

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲଙ୍କ ୱାଟ୍‌ସପ୍ ହ୍ୟାକ ହୋଇଥିବା ନେଇ ସାଇବର୍ ଥାନାରେ ହୋଇଛି ଅଭିଯୋଗ । ମହାନଗର ନିଗମ କମିଶନର ଜେ. ସୋନାଲଙ୍କ ନାମରେ ଏକ ସୋସିଆଲ୍ ମିଡ଼ିଆରେ ଏକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କୁ ସନ୍ଦେଶ ପଠାଇ ଟଙ୍କା ଏବଂ ଉପହାର ମାଗୁଥିବା ଅଭିଯୋଗ ହୋଇଛି । ୮୪୪୦୮୬୪୫୬୫ ମୋବାଇଲ୍ ନଂ କୁ ବ୍ୟବହାର କରି କେହି ଜଣେ ଦୁର୍ବୃତ ଏକ ୱାଟ୍‌ସପ୍ ଏକାଉଣ୍ଟ ମାଧ୍ୟମରେ ଜେ. ସୋନାଲଙ୍କ ବିଭିନ୍ନ ସଂପର୍କିୟ ସହଯୋଗୀ, ଙ୍କୁ ସନ୍ଦେଶ ଦେଇ ଟଙ୍କା ମାଗୁଥିବା ନେଇ ବ୍ରହ୍ମପୁର ଅର୍ଥନୈତିକ ଅପରାଧ ସାଇବର୍ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ପୋଲିସ ଛାନବିନ୍ କରିଥିବା ଏସ୍‌ପି ଡ. ସରବଣା ବିବେକ ଏମ୍ କହିଛନ୍ତି । ଏଥି ସହ ଏଭଳି ନକଲି ସନ୍ଦେଶ ଉପରେ ବିଶ୍ୱାସ ନକରିବା ପାଇଁ ସେ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । ଏହା ସାଇବର୍ ଠକ ମାନଙ୍କର ଏକ ଚାଲ୍ ଯାହାକି ଲୋକଙ୍କୁ ଠକିବାର ଏକ ମାଧ୍ୟମ ବୋଲି ଏସ୍‌ପି ଶ୍ରୀ ବିବେକ ସୂଚନା ଦେଇଛନ୍ତି । ଏଭଳି ସାଇବର୍ ଠକାମୀରୁ ଦୂରେଇ ରହିବାକୁ ସେ ଲୋକଙ୍କୁ ସଚେତନ କରିଛନ୍ତି ।

ad-week
Leave A Reply

Your email address will not be published.