ବିଜୁ କୃଷକ ଯୋଜନାରେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ…

add-all

ଉମେରକୋଟ //ଝରୀଗାଁ : ଉଠା ଜଳସେଚନ ନିଗମ, ଓଡ଼ିଶା ତରଫରୁ ବିଶାଳ ସମାବେଶରେ ବିଜୁ କୃଷକ ଯୋଜନା ଅଧୀନରେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ କରାଯାଇଅଛି ଏବଂ ୨୦୨୨-୨୩ ଖନନ ବର୍ଷ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ କରାଯାଇଅଛି | ସୂଚନା ପ୍ରକାରେ ଝରିଗାଁ ବ୍ଲକର ସମସ୍ତ ଚାଷୀଙ୍କୁ ଡକାଇ ଝରିଗାଁ ବ୍ଲକର, ଗୁରୁସିଙ୍ଗା ଗ୍ରାମରେ ବିଶାଳ ସମାବେଶରେ ଗଭୀର ନଳକୂପ ସେଚ କାର୍ଯକ୍ରମ କରାଯାଇଅଛି | ଏଥିରେ ପ୍ରାୟ ପାଞ୍ଚ ସହ ଚାଷୀ ଯୋଗଦାନ କରିଥିଲେ | ନବରଙ୍ଗପୁର ଜିଲ୍ଲାପାଳ କୋମଳଚନ ମିଶ୍ର ସମସ୍ତ ଚାଷୀଙ୍କୁ ବିଭିନ୍ନ ପ୍ରକାର ଆଲୋଚନା ମାଧ୍ୟ୍ୟମରେ ଉଠା ଜଳ ସେଚନ ବିଷୟରେ ଉତ୍ସାହିତ କରିଥିଲେ ଏବଂ ସମସ୍ତ ଚାଷୀଙ୍କୁ ସତର୍କ ମଧ୍ୟ କରାଇ କହିଲେ ଏହି କାର୍ଯ୍ୟ ପାଇଁ ଉପରିସ୍ଥ କୌଣସି ଅଫିସର ଅବହେଳା କଲେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇବା ଲାଗି | ଏହି କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବ୍ଲକ ଅଧ୍ୟାପକା ଦୁର୍ଗା ପ୍ରସାଦ ମାଝୀ,ଏବଂ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟାକ୍ଷା ପ୍ରମୋଦ ପାଢ଼ୀ ଯୋଗଦାନ କରି ଚାଷୀ ମାନଙ୍କ ଉନ୍ନତି ସକାଶେ ବିଭିନ୍ନ ମାର୍ଗଦର୍ଶନ କରିଥିଲେ |

ଚାଷୀ ମାନେ ଦୁଇ ଟା ଦାବି ଜଣାଇ ଥିଲେ, ଗୋଟିଏ ହେଲା ଉମରକୋଟ, ଝରିଗାଁ, ରାଇଘର ମଧ୍ୟରେ କୌଣସି ପ୍ରୋସେସିଂ ସେଣ୍ଟର ନାହିଁ, ଦ୍ୱିତୀୟ ହେଲା ଚାଷୀ ମାନଙ୍କ ଫସଲ ରଖିବା ପାଇଁ ଶୀତଳଭଣ୍ଡାର ନାହିଁ, | ଏହାର ଜବାବରେ ଶ୍ରୀ ପ୍ରମୋଦ ପାଢ଼ୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଆଲୋଚନା ଚାଲିଛି ସମ୍ଭବତଃ ଅତିଶୀଘ୍ର ଏହା କରାଯିବ |

ad-week
Leave A Reply

Your email address will not be published.