୩ ବର୍ଷର ଉଦ୍ଧାର ହୋଇଥିବା ଶିଶୁକୁ ତାଙ୍କ ପରିବାରକୁ ହସ୍ତାନ୍ତର…

add-all

ଫୁଲବାଣୀ:- ଗତ କାଲି କନ୍ଧମାଳ ମହୋତ୍ସବରେ ୩ବର୍ଷର ଏକ ଶିଶୁକୁ ଉଦ୍ଧାର ହୋଇଥିବା ଶିଶୁକୁ ଆଜି ଅଧ୍ୟକ୍ଷ ଜିଲ୍ଲା ଶିଶୁମଙ୍ଗଳ କମିଟି ଆଦେଶ ଅନୁସାରେ ମାଆଙ୍କ ସହିତ ପରିବାରକୁ ହସ୍ତାନ୍ତର କରାଯାଇଛି। ସୁଚନା ଅନୁସାରେ ଗତ କାଲି କନ୍ଧମାଳ ମହୋତ୍ସବ ପରିସରରେ ୩ରୁ୪ଘଣ୍ଟା ଅପେକ୍ଷା ପରେ ଶିଶୁକୁ ଚାଇଲ୍ଡଲାଇନ୍ ଟିମ୍ ମେମ୍ବର ଶ୍ରୀ ଶିବଶଙ୍କର ବେହେରାଙ୍କୁ ହସ୍ତଗତ ହୋଇଥିଲା ଓ ଅଧ୍ୟକ୍ଷ ଶିଶୁମଙ୍ଗଳ କମିଟିକୁ ସୁଚନା ପ୍ରଦାନ କରାଯଇ ଅଧ୍ୟକ୍ଷ ଶିଶୁମଙ୍ଗଳକମିଟିର ମୌଖିକ ଆଦେଶ ଅନୁସାରେ ସାଧନ ଅନୁଷ୍ଠାନରେ ଥଇଥାନ କରାଯାଇଥିଲା। ଏହା ପ୍ରଚାର ପରେ ସାର୍ତ୍ତାଗୁଡା ସ୍ଥିତ ବୃଦ୍ଧାଶ୍ରମରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ସ୍ବାମି ପରିତ୍ୟକ୍ତା ମହିଳାର ବୋଲି ପରିଚୟ ମିଳିଥିଲା। ଏହାପରେ ଶିଶୁ ଓ ମାଆର ସମସ୍ତ ପ୍ରମାଣପତ୍ର ସଂଗ୍ରହ କରାଯାଇ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିଲା ଓ ଅଧ୍ୟକ୍ଷ ଶିଶୁମଙ୍ଗଳ କମିଟିର ଆଦେଶ ଅନୁସାରେ ହସ୍ତାନ୍ତର କରାଯାଇଥିଲା।

ad-week
Leave A Reply

Your email address will not be published.