ଗୁଜରାଟରେ କନିଷ୍ଠ କିରାଣୀ ପଦବୀ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଅଭିଯୁକ୍ତ ଶିକ୍ଷକ ମାଲକାନଗିରି ରୁ ଗିରଫ…

add-all

ମାଲକାନଗିରି : ୩୦/୧ ଗତକାଲି ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା।କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି।ଏହି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ ଏହାର ଉତ୍ତର ମାଲକାନଗିରି ଜିଲ୍ଲାର କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ସରୋଜ ମାଲୁ ନାମକ ଶିକ୍ଷକ ଏହି ଉତ୍ତର ଲେଖି ପ୍ରଦାନ କରିଥିବାରୁ ମାଲକାନଗିରି ପୁଲିସ ସରୋଜକୁ ଆଜି ଗିରଫ କରିଥିବା ଜଣାପଡିଛି।ପ୍ରକାଶ ଥାଉକି ଗୁଜରାଟ ପଞ୍ଚାୟତ ବିଭାଗ ତରଫରୁ କନିଷ୍ଠ କିରାଣୀ ପାଇଁ ରାଜ୍ୟରୁ ୯ ଲକ୍ଷ ୫୩ ହଜାର ପିଲା ମାତ୍ର ୧୧୮୧ ଟି ପୋଷ୍ଟ ପାଇଁ ନାମ ପଞ୍ଜିକରଣ କରିଥିଲେ।ଏହି ପରୀକ୍ଷା ରାଜ୍ୟର ୨୯୯୫ଟି ସେଣ୍ଟରରେ ପରୀକ୍ଷା ହେବାର ଥିଲା।କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା।ଏଥିରେ ସରୋଜ ମଧ୍ୟ ଏହି ପ୍ରଶ୍ନପତ୍ର ପାଇ ଏହାର ଉତ୍ତର ପଠାଇଥିଲେ।ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରାଯାଇଛି।ଆଗାମୀ ୧୦୦ ଦିନ ମଧ୍ୟରେ ଏହି ପରୀକ୍ଷା ପୂନଃ ହେବ ବୋଲି ପଞ୍ଚାୟତ ବିଭାଗ ଉନ୍ନୟନ କମିଶନର ପ୍ରକାଶ କରିଛନ୍ତି।ତେବେ ଗୁଜରାଟ ପୁଲିସ ଅଭିଯୋଗ କରିବା ପରେ ମାଲକାନଗିରି ଏସପି ନିତେଶ ଵାଧଵାନୀ ଏହି ଘଟଣାକୁ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି କହିଥିଲେ।

ad-week
Leave A Reply

Your email address will not be published.