
ଦାରିଙ୍ଗବାଡ଼ି, ୩୧/୧ : କନ୍ଧମାଳ ଜିଲ୍ଲାର ସମସ୍ତ ଡାକ୍ତରଖାନାକୁ ତଦାରଖ କରିବାକୁ ଆସିଛନ୍ତି କାୟାକଳ୍ପ ଟିମ୍। ଯୁଗ୍ମ ନିର୍ଦେଶକ ଡା. ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଦାରିଙ୍ଗବାଡ଼ିକୁ ଗସ୍ତ କରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅନୁଧ୍ୟାନ କରିଛନ୍ତି। ଟିମ୍ରେ ପ୍ରାନ ଗୋପାଳ ଦାସ ଏବଂ ଚକ୍ରଧର ସାହୁ ରହିଛନ୍ତି। ଏହି ଟିମ୍ ବ୍ଲକ ମୁଖ୍ୟ ଚିକିତ୍ସାଳୟ କୁ ପରିଦର୍ଶନ କରି ଏହାର ମୂଲ୍ୟାୟନ କରି ନମ୍ବର ଦେବା ସହିତ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇବେ ବୋଲି ଜଣାପଡିଛି।