
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ଫିରିଙ୍ଗିଆ ଜୀପିଓ ଙ୍କୁ ତାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ରେ ଏ ପି ଓ ସୁମନ୍ତ ଉଠାଣ ସିଂ ,ହିସାବ ରକ୍ଷକ ସଚିନ ଜାଠେ , ଓ ବ୍ଲକ ର ସହକାରୀ ଯନ୍ତ୍ରୀ ଜୟ ପ୍ରକାଶ ଜେନା, ଙ୍କ ସହ ବ୍ଲକ ର ସମସ୍ତ କନିଷ୍ଠ ଯନ୍ତ୍ରୀ , ୨୪,ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗ୍ରାମ ରୋଜଗାର ସେବକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଜି ପି ଓ ରବୀନ୍ଦ୍ର ବେହେରା ଫିରିଙ୍ଗିଆ ବ୍ଲକ ରେ ଗତ୨୦୨୦ ମସିହାରେ ଯୋଗ ଦାନ କରିବା ପରେ ୨୦୨୧ ରେ ହୋଇ ଥିବା ପଞ୍ଚାୟତ ନିର୍ବାଚନ କୁ ସୁଚାରୁ ରୁପେ ପରିଚାଳନା କରିଥିଲେ l ଚାକିରି କାଳ ମଧ୍ୟରେ ବିଭିନ୍ନ ଜିଲ୍ଲା ରେ କାର୍ଯ୍ୟ କରିଥିବା ବେଳେ ଅଧିକାଂଶ ସମୟ କନ୍ଧମାଳ ଜିଲ୍ଲାରେ କାଟୁଥିବା ବେଳେ ସେ ଶାନ୍ତ ସ୍ଵଭାବ ମେଲାପି ସ୍ଵଭାବ ଯୋଗୁଁ ସମସ୍ତଙ୍କୁ ସମସ୍ତ କ୍ଷେତ୍ରରେ ନିଜର କରିବା ସହ ସହଜରେ ସମସ୍ତଙ୍କୁ ଆପଣାର କରି କାର୍ଯ୍ୟ କୁ ସୁରୁଖୁରୁରେ ପରିଚାଳନା କରି ପାରୁ ଥିଲେ l ଅନ୍ୟ ପଟେ ବ୍ଲକ ରେ ତାଙ୍କର ବିଭିନ୍ନ ସରକାରୀ କାର୍ଯ୍ୟ କୁ ଅତି ସହଜରେ କରି ପାରୁଥିବା ଯୋଗୁଁ ସମସ୍ତ କର୍ମକର୍ତ୍ତା ତାଙ୍କର ସାହାରା ନେଉ ଥିବା ବୈଠକ ରେ କହିଥିଲେ l ଶେଷରେ ସମସ୍ତ ବ୍ଲକ କର୍ମଚାରୀ ମିଶି ଉତ୍ତରୀୟ ଓ କିଛି ଉପହାର ଦେଇ ଜି ପି ଓ ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ l