ମା ରାମଚଣ୍ଡୀଙ୍କ ପୀଠରେ ୫୦ହଜାର ଲି. ପାଣି ଟାଙ୍କି ବିଧାୟକ ଦ୍ଵାରା ଉଦଘାଟିତ

ଛତ୍ରପୁର : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ମା ରାମଚଣ୍ଡୀ ଙ୍କ ପୀଠରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ 50ହଜାର ଲିଟର ପିଇବା ପାଣି ଗଛିତ ଟାଙ୍କି କୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି l ଉଦଘାଟନ ସମୟ ରେ ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ଗଞ୍ଜାମ ବ୍ଲକ ପୂର୍ବତନ ଅଧକ୍ଷ ତଥା ମନ୍ଦିର କମିଟି ସଭାପତି ପ୍ରଶାନ୍ତ କୁମାର ନାୟକ, କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଳ ପଣ୍ଡା, କେଡ଼ର ପି ପି ରାଜେଶ କୁମାର ମିଶ୍ର,ବିଜେଡି ଯୁବ ନେତା ବିମଳ ପଣ୍ଡା, ପଣ୍ଡିତ ବିଜୟ ତ୍ରିପାଠୀ ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଏହି କାର୍ଯ୍ୟ ପାଇଁ 5ଲକ୍ଷ ଟଙ୍କା ଗଞ୍ଜାମ ବ୍ଲକ ପକ୍ଷରୁ ମଞ୍ଜୁରୀ ହୋଇଥିଲା l

ad-week
Leave A Reply

Your email address will not be published.