ବ୍ଲକ ଶିକ୍ଷକ ସଂଘ ଶପଥ ଗ୍ରହଣ ଉତ୍ସବ…

Independence

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଏକ ଶପଥ ଗ୍ରହଣ ଉତ୍ସବ ରାପଡାବାଡ଼ି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏହିରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର , ମୁଖ୍ୟ ବକ୍ତା ଭାବରେ ରାଜ୍ୟ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ବିଦେଶୀ ନାୟକ ଯୋଗ ଦେଇ ନୂତନ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ କରାଇଥିଲେ। ପ୍ରଥମେ ସଂଘର ସଭାପତି ଯାମିନୀ କାନ୍ତ ପଡ୍ରା ଏବଂ ସାଧାରଣ ସମ୍ପାଦକ ସଂଗ୍ରାମ ନାୟକ ଶପଥ ନେଇଥିଲେ। ଉପ ସଭାପତି ଭାବେ ରୋହିତ କୁମାର ପ୍ରଧାନ, ଚାରୁଷିଳା ମଲ୍ଲିକ, ସେହିଭଳି ସହ ସମ୍ପାଦକ ଭାବେ ରାମାକାନ୍ତ ଦିଗାଳ , ନବୀନ ସାହୁ, ସ୍ୱାଗତିକା ଦିଗାଳ , କୋଷାଧ୍ୟକ୍ଷ ଭାବେ ମୋହନ ସାହୁ ଏବଂ ସଂଯୋଜକ ଭାବେ ରମେଶ ପ୍ରଧାନ ଶପଥ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂଘର ଉପଦେଷ୍ଟା ବରିଷ୍ଠ ଶିକ୍ଷକ ରାମାକାନ୍ତ ବଳିଆରସିଂ, ସୁଶୀଲ ନାୟକ, କିଶୋର ଚନ୍ଦ୍ର ସାହୁ ଏବଂ ସୁଶ୍ରଦ୍ଧା ଛୋଟରାୟ ମଞ୍ଚରେ ଉପସ୍ଥିତ ଥିଲେ। ଆଞ୍ଚଳିକ ସମ୍ପାଦକ ଆଶୁତୋଷ ସାହୁ ଏବଂ ଲବ ପ୍ରଧାନ। କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କୌଶିକ କୁମାର ନାୟକ,ଶ୍ରୀ ଅନନ୍ତ ପ୍ରଧାନ,ଶ୍ରୀ ସୀମାଦ୍ରୀ ପ୍ରଧାନ,ଶ୍ରୀ କୈଳାଶ ପାଣିଗ୍ରାହୀ,ଶ୍ରୀ ସୁଧାଂଶୁ ପ୍ରଧାନ,ଶ୍ରୀ ବନ୍ଧୁରାଜ ଉଠାଣସିଂ,ଶ୍ରୀ ସତ୍ୟ କହଁର ,ଶ୍ରୀମତୀ ଶାନ୍ତିନି ନାୟକ,ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକ,କୁମାରୀ ଅନିତା ପ୍ରଧାନ,ଶ୍ରୀ ବିଧୁଭୂଷଣ ନାୟକ,ଶ୍ରୀ ରଜତ ସିଂ,ଶ୍ରୀ ଜିତେନ୍ଦ୍ର ଦିଗଲ,ଶ୍ରୀ କିରଣ କୁମାର ସାହୁ,ଶ୍ରୀ କହିନ ପ୍ରଧାନ ଓ ବରିଷ୍ଠ ଶିକ୍ଷକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଘର ଉପଦେଷ୍ଟା କିଶୋର ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ଶେଷରେ ସାଧାରଣ ସମ୍ପାଦକ ସଂଗ୍ରାମ ନାୟକ ଧନ୍ୟବାଦ ଦେଇଥିଲେ।

ad-week
Leave A Reply

Your email address will not be published.