କୋରୁକୁଣ୍ଡା ଗ୍ରାମ ନ୍ୟାୟାଳୟ ଉଦ୍‌ଘାଟିତ…

add-all

ମାଲକାନଗିରି : ଜିଲ୍ଲାରେ କୋରୁକୁଣ୍ଡା ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରଯାଇଛି। ଏହାକୁ ମାନ୍ୟବର ହାଇକୋର୍ଟର ପ୍ରଧାନ ବିଚାରପତି ଡଃ ଏସ୍ ମୁରଲୀଧର ପ୍ରଥମ ଥର ପାଇଁ ଆଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି। ମାନ୍ୟବର ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବର୍ତ୍ତମାନ କୋରୁକୋଣ୍ଡା ବ୍ଲକର ଜନସାଧାରଣ ନ୍ୟାୟର ଅଭିଜ୍ଞତା ସହଜରେ ଜାଣିପାରିବେ । ଏହି ନ୍ୟାୟାଳୟ ଖୋଲିବା ଦ୍ବାରା କୋରୁକୋଣ୍ଡାର ଜନସାଧାରଣ ଯଥାଶୀଘ୍ର ନ୍ୟାୟ ପାଇବା ପାଇଁ ଏକ ସୁଯୋଗ ପାଇବେ ଏବଂ ଏହି ଗ୍ରାମ ନ୍ୟାୟାଳୟ ଦ୍ୱାରା ସେମାନେ ବହୁ ଉପକୃତ ହେବେ।

ଏହି ଉଦଘାଟନୀ ସମାରୋହରେ ମାନ୍ୟବର ହାଇକୋର୍ଟର ବିଚାରପତି ଶ୍ରୀ ଏମ ଏସ ରମଣ, ଜିଲ୍ଲା ବିଚାରପତି ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ନୀତେଶ ୱାଧୱନୀ, ଅତିରିକ୍ତ ଜିଲ୍ଲା ବିଚାରପତି, ଶ୍ରୀ ଉଦୟଭାନୁ ଜେନା, ମୁଖ୍ୟ ଜୁଡ଼ିସିଆଲ ମାଜିଷ୍ଟ୍ରେଟ, ଶ୍ରୀ ସତ୍ୟପ୍ରିୟ ଦାସ, ବରିଷ୍ଠ ସିଭିଲ ଜର୍ଜ, ଶ୍ରୀ ବିଜୟ କୁମାର ଦାସ, ରେଜିଷ୍ଟ୍ରାର, ଶ୍ରୀ ଅନୁପ ନାୟକ,ଏସଡିଜିଏମ, ଶ୍ରୀ ରୁଦ୍ର ପ୍ରକାଶ ନାୟକ, ଡିଏଲ୍ଏସଏ ସଚିବ, ଶ୍ରୀ ରାକେଶ କୁମାର ମୁଦୁଲି, କୋରୁକୁଣ୍ଡା ଗ୍ରାମ ନ୍ୟାୟାଳୟ ବିଚାରପତି, ଶ୍ରୀ ଦେବେନ୍ଦ୍ର ନାଥ ବାଘ, ବାର୍ ଏସୋସିଏସନ୍ ସଭାପତି, ଶ୍ରୀ ପ୍ରକାଶ ମହାନ୍ତି ଓ ବରିଷ୍ଠ ଓକିଲମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.