ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରିଜର୍ଭ ପଡିଆ ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହ 202-2023 ଏବଂ ଖେଳ ଶିକ୍ଷକ ରାଜକିଶୋର ସ୍ଵାଇଁଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ତଥା ପରିଚାଳନା କମିଟି ର ସମ୍ପାଦକ ଦେବୀ ପ୍ରସାଦ ଶତପଥୀଙ୍କ ପୌରହିତ୍ୟ ରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ ଛାତ୍ରମାନଙ୍କ ପାଇଁ କାଉନସେଲିଂ କ୍ଲାସ ନେବେ ଏବଂ ଛାତ୍ରମାନେ କିପରି ଭବିଷ୍ୟତରେ ଆଇଏଏସ କିମ୍ବା ଆଇପିଏସ ଅଫିସର ହେବା ପାଇଁ ଉଚ୍ଚ ଆଶା ରଖିବେ ସେ ନେଇ ଆଗକୁ ବିଭିନ୍ନ ପ୍ରୟାସ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ l

ସେହିପରି ମୁଖ୍ୟ ବକ୍ତା ଭାବେ ଓଡିଆ ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କ ଉତ୍ତୋରାତ୍ତର ଉନ୍ନତି ପାଇଁ ଶିକ୍ଷକଙ୍କ ଅବଦାନ ଜେତିକି ତାଠାରୁ ଅଧିକ ଅବଦାନ ଅଭିଭାବକଙ୍କ ସହଯୋଗ ନିହାତି ଆବଶ୍ୟକ l ମାନପତ୍ର ପାଠ ଶିକ୍ଷୟିତ୍ରୀ କୁନ୍ତଳା କୁମାରୀ ତ୍ରିପାଠୀ କରିଥିଲେ l ବିଦ୍ୟାଳୟର ବେଷ୍ଟ ଷ୍ଟୁଡେଣ୍ଟ,କ୍ୟାରେମ, ଝୋଟି,ନୃତ୍ୟ, ସଙ୍ଗୀତ ଇତ୍ୟାଦି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରଷ୍କୃତ କରାଯାଇଥିଲା l ପୁରସ୍କାର ବିତରଣରେ ହିନ୍ଦୀ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଏବଂ ବିଦ୍ୟାଳୟର କର୍ମଚାରୀ ସହଯୋଗ କରିଥିବା ବେଳେ ସଂସ୍କୃତ ଶିକ୍ଷକ ଗୌରୀ ଶଙ୍କର ମହାପାତ୍ର ଅତିଥି ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.