ମରଣ ଯନ୍ତା ପାଲୋଟିଛି ରାଇଘର ତହସିଲ କାର୍ଯ୍ୟାଳୟ ଠାରୁ ପାରୁଆ ପଂଚାୟତ କାର୍ଯ୍ୟାଳୟ ରାସ୍ତା…

add-all

“ପୂର୍ତ୍ତ ବିଭାଗ ନା ଗର୍ତ୍ତ ବିଭାଗର…?? “

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ସଦର ବ୍ଲକର ତହସିଲ କାର୍ଯ୍ୟାଳୟ ଠାରୁ ପାରୁଆ ପଂଚାୟତ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି କଦର୍ଯ୍ୟ l ଏହି ରାସ୍ତା ଟିକୁ ନେଇ ବାରମ୍ବାର ଅଭିଯୋଗ ଓ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବାପରେ ମଧ୍ୟ ନା ପୂର୍ତ୍ତ ବିଭାଗ ଓ ପଂଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ କର୍ଣ୍ଣପାତ ହେଉଛି ? ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଜାଣିଶୁଣି ଚୁପ ନା ଦେଖି ମଧ୍ୟ୍ୟ ଅଣଦେଖା l ଯାହାକୁ ନେଇ ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି l ଏଠାରେ ସୂଚନା ଥାଉକି ଏହି ରାସ୍ତା ଟି ପାରୁଆ, ଛତାବେଡା ଡିଏନକେ, ଛତାବେଡା ଆଦିବାସୀ, ଚାଟୁରି ଏବଂ ବିଭିନ୍ନ ଆଞ୍ଚଳିକ ଗ୍ରାମ କୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ସହ ସହ ଯାନବାହାନ ଚଳାଚଳ କରୁଥିବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି ଏବଂ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦୃଷ୍ଟାନ୍ତ ଅଛି l ଯେହେତୁ ଏହି ରାସ୍ତା ରାଇଘର ସଦର ମହକୁମା କୁ ସଂଯୋଗ କରୁଅଛି, ତେଣୁ ଅନେକ ଛାତ୍ର ଛାତ୍ରୀ ସ୍କୁଲ କଲେଜ କୁ ପ୍ରତିଦିନ ଯିବା ଆସିବ କରୁଛନ୍ତି ଏବଂ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅଂଚଳବାସୀଙ୍କ କହିବା ଅନୁଯାଇ ପ୍ରତି ଦିନ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ଘଟୁଅଛି, ତଥାପି ପ୍ରଶାସନ ଏହି ରାସ୍ତାର ମରାମତି ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି l ଏବଂ ପରବର୍ତୀ ସମୟରେ ଯଦି ଏହି ସମସ୍ୟାର ସମାଧାନ ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଅଞ୍ଚଳବାସୀ ରାଜରାସ୍ତାରେ ଓଲଲ୍ହାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି l

ad-week
Leave A Reply

Your email address will not be published.