ଦାରିଙ୍ଗବାଡ଼ିରେ ଜଙ୍ଗଲ ଜମିପଟ୍ଟା ବଣ୍ଟନ…

add-all

ଦାରିଙ୍ଗବାଡ଼ି, ୦୩/୦୨ : ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ଥ ସାରିଙ୍ଗିର୍ପି ଗ୍ରାମର ୮ ପରିବାରଙ୍କୁ ତହସିଲ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମ ରେ ଦାରିଙ୍ଗବାଡ଼ି ତହସିଲଦାର ଡ଼ଃ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟିକ ସାଲୁଗା ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ପଟ୍ଟା ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଥିଲେ ! ଏଥିରେ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ। ଦାରିଙ୍ଗବାଡ଼ି ଆର୍ ଆଇ ସୁବ୍ରତ ମଳିକ ସମେତ ତହସିଲ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.