
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ମାଧବନ୍ଧ ସ୍ଥିତ ଉତ୍କଳ ମଣି ହାଇ ସ୍କୁଲର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛିI ଏହି ଉତ୍ସବ କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାନୁମତୀ ଜେନା ପ୍ରଦୀପ ପ୍ରଜ୍ଵଳନ କରିବା ସହ ସ୍ଵାଗତ ଭାଷଣ କରି ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ Iଉକ୍ତ କାର୍ଯ୍ୟକ୍ରମରେ ଚିକିଟୀ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ସର୍ବପୁରାତନ ବିଦ୍ୟIଳୟର ମାନ କୁ ଆହୁରି ଟେକ ରଖିବାକୁ ହେଲେ ସର୍ବ ପ୍ରଥମେ ବିଦ୍ୟାର୍ଥୀ ମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଇ କାର୍ଯ୍ୟ କଲେ ରାଜ୍ୟ ସରକାରଙ୍କ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇପାରିବା ଏବଂ ସେଥିପ୍ରତି ଆମେ ସମସ୍ତ ଶିକ୍ଷକ, କର୍ମଚାରୀ, ଅଭିଭାବକ, ପରିଚାଳନା କମିଟି ଚେଷ୍ଟା ଜlରିରଖିବା ପାଇଁ ମତ ପ୍ରକାଶ କରିଥିଲେ I ବ୍ରହ୍ମପୁର ସ୍ଥିତ ଆର୍ଯ୍ୟଭଟ ଅନୁଷ୍ଟାନର ମୁଖ୍ୟ ସୁଧୀର କୁମାର ରାଉତ ଓ ସି ଆର ସି ସି ଚିନ୍ତାମଣି ଜlନୀ ପ୍ରମୁଖ ସମ୍ମl ନନୀୟ ଅତିଥି ଭାବେ ସଭାରେ ଯୋଗ ଦେଇ ପିଲାଙ୍କୁ ଭଲ ମଣିଷ ହେବା ସକାଶେ ଗୁରୁମନ୍ତ୍ର ପ୍ରଦାନ କରିବାକୁ ଯାଇ ଧୋର୍ଯ୍ୟ, ସହନଶୀଳତା,ଓ ଅଧ୍ୟବସାୟ ବଳରେ ମଣିଷ ଭଲ ମଣିଷଟିଏ ହୋଇପାରିବା ବୋଲି ପ୍ରକାଶ କରିବା ସହ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସ୍କୁଲ ପ୍ରତି ଥିବା ଅବଦାନ କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା I ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକର୍ମରେ ବିଦ୍ୟାଳୟ ପରିଚାଳନା ସଭାପତି ପ୍ରଫୁଲ୍ଲ ଗୌଡ,ମୋ ସ୍କୁଲ ପରିଚାଳନା କମିଟିର ଶାନ୍ତୁନୁ କୁମାର ପାତ୍ର,ଶରତ ପାତ୍ର,ଧିରଜ କୁମାର ପାତ୍ର,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସୁରେନ୍ଦ୍ର କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିବା ବେଳେ,ବିଦ୍ୟIଳୟର ଶିକ୍ଷୟିତ୍ରୀ ସୁମିତ୍ରା ପାଣିଗ୍ରାହୀ,ମନ୍ଦାକିନୀ ପାଢ଼ୀ, ସୌଭାଗ୍ୟଲଷ୍ମୀ ସାମନ୍ତରା, ଅସ୍ମିତା ରାଇକl,ପ୍ରଜ୍ଞା ପରିମିତା ପାଢ଼ୀ,ସସ୍ମିତା ପାତ୍ର, ଶିକ୍ଷକ ବିନୟ ରାଇକl, ଅଭିମନ୍ୟୁ ପ୍ରଧାନ, ରାମକୃଷ୍ଣ ନାୟକ,ସୁଧାକର ରାଉତ ପ୍ରଫୁଲ ମହାନ୍ତିଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଶାନ୍ତିଶୃଙ୍ଖଳାର ସହିତ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ I