
ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ପରେ ବ୍ରହ୍ମପୁର ରେ ଗତ ୪ ଦିନ ହେବ କ୍ରାଇମବ୍ରାଞ୍ଚ ଟିମ୍ ର ତନାଘନା ଜାରୀ ରହିଥିବା ବେଳେ ଆଜି ଓଏସ ଆର୍ଟି ବସ କର୍ମଚାରୀ ଙ୍କୁ ଜେରା କରାଯାଇଛି।
ତେବେ ଗୋପାଳଙ୍କ ଲିଙ୍କରେ ଥିବା ସମସ୍ତ ତଥ୍ୟ କୁ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ। ଗୋପାଳ ଦାସ ଙ୍କ ଭାଇ, ପୁତୁରା, ସ୍ତ୍ରୀ, ଏବଂ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବା ପରେ ଆଜି ଗୋପାଳ ଙ୍କ ଲାଗି ଯେଉଁ ବସ୍ ରେ ମେଡ଼ିସିନ୍ ଯାଉଥିଲା ସେହି ବସ୍ ର ୪ ଡ୍ରାଇଭର ଓ ଦୁଇ କଣ୍ଡକ୍ଟର କୁ ମଧ୍ୟ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ଆଜି ସକାଳେ କ୍ରାଇମ୍ବ୍ରାଚଂର ତିନିଜଣ ଟିମ୍ ନୂଆ ବସ ଷ୍ଟାଣ୍ଡ ଫାଣ୍ଡିଠାରେ ପହଚିଂ ଝାରସୁଗୁଡ଼ା ଦେଇ ଆସିଥିବା ୨ ଟି ବସ୍ର କର୍ମଚାରୀ ମାନଙ୍କୁ ପଚରା ଉଚରା କରିଥିଲେ । କ୍ରାଇମ୍ବ୍ରାଚଂ୍ ପକ୍ଷରୁ ବିଭିନ୍ନ ଦିଗରୁ ତଦନ୍ତ ଜାରୀ ରଖିଥିବା ଦେଖିବାକୁ ମିଳିଛି ।ତେବେ ଉକ୍ତ କର୍ମଚାରୀ ମାନେ ତଦନ୍ତରେ କ୍ରାଇମବ୍ରାଞ୍ଚ୍ ସହଯୋଗ କରିଥିବା ସୂଚନା ଦେଇଛନ୍ତି।ଆଗକୁ ଏହି ହତ୍ୟାକାଣ୍ଡର ବିଭିନ୍ନ ଦିଗ ଏବଂ ଗୋପାଳ ଙ୍କ ସମସ୍ତ ଲିଙ୍କ କୁ କ୍ରାଇମବ୍ରାଞ୍ଚ ତନାଘନା କରିବ ବୋଲି ଡି ଏସ ପି ସୂଚନା ଦେଇଛନ୍ତି।