ଗଂଜେଇ ଚାଲାଣ ବେଳେ  ଗଂଜେଇ ସହ ଦୁଇ ଗିରଫ …

add-all

ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ଚାଲିଛି ବେଧଡକ ଗଞ୍ଜେଇ ଚଲାଣ  l ଅବକାରୀ ଗୁଇନ୍ଦା ବିଭାଗ  ଡାଳେ ଡାଳେ ଗଲେ ଗଂଜେଇ ମାଫିଆ ପତ୍ରେ ପତ୍ରେ ଯାଉଥିବା ଦେଖିବାକୁ ମିଳୁଛି l ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ଆଜି ପୁଣି ଥରେ ଦୁଇ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରିବା ସହ  ସେମାନଙ୍କ ନିକଟରୁ  ପ୍ରାୟ 20 କିଲୋ ଗଞ୍ଜେଇ ଜବତ କରିଛି । ସେମାନେ ହେଲେ ବିହାର ରାଜ୍ୟ ଗୟା ଗ୍ରାମର କ୍ରିଷ୍ଣା ପ୍ରଜାପତି ଓ ଗଜପତି ଜିଲ୍ଲା ର କୌଶିଲ । ମିଳିଥିବା ସୂଚନା ପ୍ରକାରେ ଆଜି ବ୍ରହ୍ମପୁର ଗୁଇନ୍ଦା ବିଭାଗକୁ ଆଜି ଗଞ୍ଜେଇ ଚାରା ଚାଲାଣ ହେବା ନେଇ ଅଜଣା ନମ୍ବର ରୁ କେହି ଜଣେ ବ୍ୟକ୍ତି ଫୋନ କରି ସୂଚନା  ଦେଇଥିଲେ ।ସେହିକ୍ରମେ ଆଜି ବିଭାଗୀୟ ଟିମ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ବିଭିନ୍ନ ଗୁଡ଼ାଏ ବସ କୁ ସନ୍ଦେହ କରି ଅଟକାଇଥିଲେ । ସେହି ସମୟରେ ଏହି ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଏକ  ଗାଡି ରୁ ଗିରଫ କରାଯାଇଛି । ଏବଂ ବସ ଯାଞ୍ଚ ବେଳେ ଉପରୋକ୍ତ ଦୁଇ ଗଞ୍ଜେଇ ଚାଲାଣକାରୀଙ୍କ ଠାରୁ ପ୍ରାୟ 20 କିଲୋ ଗଞ୍ଜେଇ ମିଳିଥିଲା । ପରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି ଥାନା ରେ ଗଂଜେଇ କୁ ନେଇ ଅଧିକ ପଚରାଉଚରା ଚାଲିଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.