ବନବିଭାଗ ତରଫରୁ ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

add-all


ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ୪ନଂ.ଓ୍ବାର୍ଡର ଗୋଇବନ୍ଧା ଡ୍ୟାମ୍ ନିକଟରେ ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ଚକ୍ରମଣୀ କହଁରଙ୍କ ଦ୍ବାରା ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଥିବା ବେଳେ ସବୁ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ବର୍ତ୍ତମାନ ବାଲିଗୁଡ଼ା ଏନ୍ଏସିରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ଦେଇଛନ୍ତି । ଏହି ଇକୋ ପାର୍କ ନିର୍ମାଣ ହେବା ପରେ ଏଠାକୁ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ଏବଂ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବେ ବୋଲି ଉପସ୍ଥିତ ସାଂସଦ ପ୍ରତିନିଧି, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଏନ୍ଏସି ଅଧ୍ୟକ୍ଷ କହିଛନ୍ତି l ଏହାର ନିର୍ମାଣ ଦାୟିତ୍ବ ବାଲିଗୁଡ଼ା ବନ ବିଭାଗ ନେଇଥିବା ବେଳେ ଏଠାରେ ଇକୋ ପାର୍କ ନିର୍ମାଣ ସହ ନିକଟରେ ଥିବା ଡ୍ୟାମରେ ବୋଟିଂର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ବାଲିଗୁଡ଼ା ଡିଏଫ୍ଓ ବିଶ୍ବରାଜ ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ସାଂସଦ ପ୍ରତିନିଧି ଟୁନା ଦାସ, ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ପୁର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ ବିଭିନ୍ନ ଓ୍ବାର୍ଡର କାଉନସିଲର ଓ ସ୍ଥାନୀୟ ଲୋକେ ସାମିଲ୍ ହୋଇଥିଲେ । ଅନ୍ୟପଟେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ । ଫରେଷ୍ଟର ମାନସ କୁମାର ସାହୁ,ଗିରିଶ ସାହୁ, ମନୋରଞ୍ଜନ ପରିଛା, ପ୍ରିୟଙ୍କା କହଁର,ବନରକ୍ଷୀ ସୁଜାତା ସାହୁ, ପାର୍ବତୀ ମଲ୍ଲିକ, ସୁନିତା ପାଣ୍ଡେ, ସତ୍ୟନାରାୟଣ ମହାନ୍ତି,ସ୍ନେହାସ୍ କହଁରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.