ଫାଇଲେରିଆ ରୋକିବା ନେଇ ପ୍ରସ୍ତୁତି ବୈଠକ

add-all

ଦାରିଙ୍ଗବାଡି,୮/୨ : ଦାରିଙ୍ଗବାଡିରେ ଫାଇଲେରିଆ ରୋକିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ସହିତ ଅନ୍ୟାନ୍ୟ ବିଭାଗ ଆଗକୁ ଆଗେଇ ଆସି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଛି । ସ୍ବାସ୍ଥ୍ୟ ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା କ୍ରମେ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, ବିଇଓ ରସାନନ୍ଦ କର, ଏସଆଇ ଜିତେନ୍ଦ୍ର ବେହେରା, ଏମଟିଏସ ସଂଗ୍ରାମ କେଶରୀ ନାୟକ, ସିଡ଼ିପିଓ ଅଞ୍ଜଳି ମହାପାତ୍ର, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଆଲବେଣ୍ଡାଜୋଲ ସହ ଡିଇସି ଔଷଧ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଘରକୁ ଘର ବଣ୍ଟନ କରାଯିବା ସହ ସାର୍ବଜନୀନ ଔଷଧ ସେବନ କର୍ୟ୍ଯକ୍ରମ ରହିଛି । ୨ ବର୍ଷ ରୁ ଉର୍ଦ୍ଧ ବୟସ ପିଲା ମାନଙ୍କୁ ଏହି ବଟିକା ବଣ୍ଟନ କରାଯିବ । ବର୍ତମାନ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ୧୮ ଜଣ ଫାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ଚିକିତ୍ସା ଚାଲିଛି । ଆଗକୁ କିଭଳି ଏହି ରୋଗ ବୃଦ୍ଧି ନପାଇବ ସେନେଇ ସଚେତନତା ଆବଶ୍ୟକତା ରହିଛି ବୋଲି ଆଲୋଚନା ହୋଇଥିଲା। ଗାଁ ଗାଁରେ ରହିଥିବା ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଘର କୁ ଘର ବୁଲି ବଟିକା ବଣ୍ଟନରେ ସହଯୋଗ କରିବେ ବୋଲି ଆଲୋ ନିଷ୍ପତି ନିଆଯାଇଛି ।

ad-week
Leave A Reply

Your email address will not be published.