ପଡୋଶୀଙ୍କ ଆକ୍ରମଣରେ ପଡୋଶୀ ଗୁରୁତର, ଥାନାରେ ଏତଲା

add-all

ହିଞ୍ଜିଳିକାଟୁ ୯।୨ : ଦୁଇ ପଡୋଶୀ ଙ୍କ ମଧ୍ୟରେ ସକାଳୁ ସାମାନ୍ୟ କଥାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ପଡ଼ୋଶୀଙ୍କ ଆକ୍ରମଣ । ଫଳରେ ଜୈନିକ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ହିଞ୍ଜିଳି ଥାନା ତହଂର ଗ୍ରାମରେ । ଗୁରୁତର ଜଣଙ୍କ ହେଲେ ପାତ୍ର ଵେହେରା ୫୫ ।
ସାମାନ୍ୟ କଥାକୁ ପଡ଼ୋଶୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ବୃଦ୍ଧ ପାତ୍ର ଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ଗାଁ ଲୋକେ ଉଦ୍ଧାର କରି୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ହିଞ୍ଜିଳିକାଟୁ ମେଡିକାଲକୁ ନେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।ଏନେଇ ପାତ୍ର ଙ୍କ ସ୍ତ୍ରୀ ବିଷ୍ଣୁ ଵେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ୮୬।୨୩ ରେ ମାମଲା ରୁଜୁ କରି ଆକ୍ରମଣ କାରୀ ତହଁର ଗ୍ରାମର ଉପେନ୍ଦ୍ର ସାହୁ ଙ୍କୂ ଗିରଫ କରିଥିବା ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.