ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ତର୍କ ଓ ପାଠଚକ୍ର ଆୟୋଜିତ…

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ତରଫରୁ ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ଏକ ତର୍କ ଓ ପାଠଚକ୍ର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସାମ୍ବିଧାନିକ ବିଶାରଦ ତଥା ବରିଷ୍ଠ ଆଇନଜୀବି ବିନୋଦ ବିହାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଠଚକ୍ର ଉଦଘାଟନ କରିଥିଲେ l ସାମ୍ବିଧାନିକ ସକାରାତ୍ମକ କାର୍ଯ୍ୟସୂଚୀ ସମ୍ପର୍କରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆଇନଜୀବୀ ଅନିଲ କୁମାର ଦାସ, ସମ୍ବଳ ଅଧିକାରୀ ଭାବେ ମହାବିଦ୍ୟାଳୟର ପୂର୍ବତନ ଇତିହାସ ବିଭାଗ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥି, ଶାନ୍ତିମୈତ୍ରୀର ନିର୍ଦେଶକ ଭଗବାନ ଜେନା, ଆଭ୍ୟନ୍ତରୀଣ ଗୁଣାତ୍ମକ ପ୍ରକୋଷ୍ଠର ସଂଯୋଜକ ସରୋଜ କୁମାର ପାଠୀ, ଓ ସୈଷିକ ନିର୍ଦେଶକ ତେଜେଶ୍ୱର ନାୟକ ପ୍ରମୁଖ ଅଂଶ ଗ୍ରହଣ କରି ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ l ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼ଃ. ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ସହ ବର୍ତ୍ତମାନ ସମୟରେ ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନର ପ୍ରାସଙ୍ଗିଗତା ଓ ପ୍ରଭାବ ଉପରେ ଆଲୋକପାତ କରିଥିଲେ l ବିଭାଗୀୟ ଅଧ୍ୟାପିକା ଡ଼ଃ. ସଂଯୁକ୍ତା ନାୟକ, ସୁଶ୍ରୀ ଅର୍ଚ୍ଚନା ବିଶୋଇ ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.