କେନ୍ଦୁପତ୍ର ତୋଳାଳୀ ପରିବାରର ଛାତ୍ରଛାତ୍ରୀଙ୍କ ପାଖରେ ଛାତ୍ରବୃତ୍ତି ପହଞ୍ଚାଇବା କାର୍ଯ୍ୟର ସମୀକ୍ଷା…

add-all

ସମ୍ବଲପୁର (୧୦/୨) : କେନ୍ଦୁପତ୍ର ତୋଳାଳୀ ମାନଙ୍କ ପରିବାରର ଛାତ୍ର ଛାତ୍ରୀ ମାନଙ୍କ ଛାତ୍ର ବୃତ୍ତି ପ୍ରଦାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି ଘୋଷଣା ପରେ ସେ ଦିଗରେ ନିଆଯାଇଥିବା ପଦକ୍ଷେପ ପାଇଁ ଆଜି କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଡି ଡବ୍ଲୁ ଓ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି।

କେନ୍ଦୁପତ୍ର ତୋଳାଳୀ ପରିବାର ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପୁନର୍ବାର ଛାତ୍ର ବୃତ୍ତି ର ପ୍ରଦାନ କରିବା ପାଇଁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନଭେମ୍ଵର ୨୩/ ୨୦୨୩ ତାରିଖରେ ଘୋଷଣା କରିଥିଲେ। ଏଠାରେ ପ୍ରକାଶ ଥାଉକି ୨୦୧୭-୧୮-୧୯ ମସିହାରେ କେନ୍ଦୁପତ୍ର ତୋଳାଳୀ ପରିବାର ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ସିକ୍ଷାବୃତି ପ୍ରଦାନ କରା ଯାଉଥିବା ବେଳେ ୨୦୧୯ ପରବର୍ଷ ରୁ ଏହା ବନ୍ଦ ହୋଇଯାଇଥିଲା। ସେହି ଦିନ ଠୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଏହାର ପୁନଃ ପ୍ରଚଳନ ପାଇଁ ଲଗାତାର ଆନ୍ଦୋଳନ କରିଆସୁଥିଲା। ସାରା ଓଡ଼ିଶାରେ ଏହି ଦିଗରେ ଅନେକ ଆନ୍ଦୋଳନ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପରେ ଏହି ଦିଗରେ କେଉଁ ସବୁ ପଦକ୍ଷେପ ନୀୟଯାଇଛି ସେ ଦିଗରେ ଆଜି କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଡି ଡବ୍ଲୁ ଓ ଭାଗିରଥି ପଟେଲ ଙ୍କ ସହିତ ଡି ଡବ୍ଲୁ ଓ କାର୍ଯ୍ୟାଳୟରେ ବୈଠକ କରିଥିଲେ। ଇତି ମଧ୍ୟରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ତିନୋଟି କେନ୍ଦୁପତ୍ର ଡିଭିଜନ ଯଥା କୁଚିଣ୍ଡା, ରେଢ଼ାଖୋଲ, ସମ୍ବଲପୁର ଡିଭିଜନ କେନ୍ଦୁପତ୍ର ସଂସ୍ଥା ଡି ଏଫ୍ ଓ ମାନଙ୍କ ସହିତ ସ୍ବତନ୍ତ୍ର ବୈଠକ ଡି ଡବ୍ଲୁ ଓ ଙ୍କ ଅନୁଷ୍ଠିତ ହୋଇଯାଇଅଛି। ଶିକ୍ଷାବୃତି ଆବେଦନ ପାଇଁ ପ୍ରସ୍ତୁତି ନୀୟଜାଇଛି। କେନ୍ଦୁପତ୍ର ସଂସ୍ଥା ପକ୍ଷରୁ ତୃଣମୂଳ ସ୍ତରରେ ଏହାର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ନୀୟାଜିବା ପାଇଁ ପଦକ୍ଷେପ ନିୟାଜିବ। ଗତ ଶିକ୍ଷାବର୍ଷ ସମ୍ବଲପୁର ଜିଲ୍ଲାରେ ୨୦୦୨୫ ଜଣ ଦଳିତ, ଆଦିବାସୀ, ପଛୁଆବର୍ଗ ର ଛାତ୍ର ଛାତ୍ରୀ ଙ୍କୁ ବୃତ୍ତି ପ୍ରଦାନ କରାଯାଇଥିବା ବେଳେ ଚଳିତ ଶିକ୍ଷାବର୍ଷ ରେ ବର୍ତମାନ ପର୍ଯ୍ୟନ୍ତ ୧୩୯୮୪ ଦିକ୍ଷାବୃତି ପାଇଁ ଆବେଦନ କରିସାରିଲେଣି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଶିକ୍ଷା ବୃତି ର ପୁନଃ ପ୍ରଚଳନ ଯୋଗୁଁ ସାରା ଓଡ଼ିଶାରେ ଲକ୍ଷାଧିକ ସଂଖ୍ୟାରେ କେନ୍ଦୁପତ୍ର ତୋଳାଳୀ ପରିବାର ର ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିବା ସହ କିପରି ଭାବରେ ଅଧିକରୁ ଅଧିକ ତୋଳାଳୀ କର୍ମଚାରୀ ମାନେ ଏ ଦିଗରେ ଜାଣିପାରିବେ ସେ ଦିଗରେ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆ ଜିବ ବୋଲି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.