ଫୁଲବାଣୀ ଆଇଟିଆଇ ପ୍ରତି ଛାତ୍ରୀଙ୍କ ଉତ୍ସାହ କାର୍ଯ୍ୟକ୍ରମ…

add-all


ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଆଇଟିଆଇ ପ୍ରତି ଛାତ୍ରୀଙ୍କ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ଯ ସରକାରଙ୍କ ପକ୍ଷରୁ କନ୍ଧମାଳ ଛାତ୍ରୀ ମାନଙ୍କୁ ଦକ୍ଷତା କୌଶଳ କାର୍ଯ୍ୟକ୍ରମ ରେ ସାମିଲ କରି ଆଇଟିଆଇରେ ଛାତ୍ରୀ ମାନଙ୍କ ପ୍ରଶିକ୍ଷଣ ନିମନ୍ତେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଆଇଟିଆଇ ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ପାଇଁ ଗତ ତିନି ଦିନ ଧରି ଦୁଇ ଗୋଟି ବ୍ଳକ ରୁ ପ୍ରାୟ ୭୦୦ ଦଶମ ଶ୍ରେଣୀର ଛାତ୍ରୀ ଫୁଲବାଣୀ ଆଇଟିଆଇରେ ପହଞ୍ଚି ବିଭିନ୍ନ ଟ୍ରେଡ଼ ବିଭାଗ ବୁଲି ଦେଖିଥିବା ବେଳେ
ସରକାରୀ ପ୍ରଶିକ୍ଷକ ଅଧିକାରୀ ମାନେ ନିଜନିଜର ଟ୍ରେଡର ବିଭିନ୍ନ ଯନ୍ତ୍ରପାତି ଓ ସେହିଗୁଡିକର ବ୍ୟବହାର ବାବଦରେ ବୁଝାଇଥିଲେ । ସେହି ଟ୍ରେଡ ଗୁଡିକ ପାଇଁ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟାତ ବାବଦରେ ମଧ୍ୟ ବୁଝାଇଥିବାର ଜଣାପଡିଛି lଦଶମ ଶ୍ରେଣୀ ପରେ ବୈଷୟିକ ଜ୍ଞାନ ଆହରଣ ନିମନ୍ତେ ଦକ୍ଷତା କୌଶଳ କାର୍ଯ୍ୟକ୍ରମରେ ଆୟୋଜିତ କାର୍ମଶାଳାରେ ସାମିଲ କରାଯାଇଛି l ଏହି କାର୍ଯ୍ୟରେ ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଡ.ନୃସିଂହାନନ୍ଦ ମହାପାତ୍ରଙ୍କ ସମେତ ପ୍ରଶାନ୍ତ କୁମାର ମିଶ୍ର, ରଶ୍ମିରଞ୍ଜନ ବିଶ୍ୱାଳ, ସତ୍ୟବ୍ରତ ପାଣିଗ୍ରାହୀ, ଦେବାଶିଶ ପ୍ରଧାନ, ନୀଶିକାନ୍ତ ସାହୁ,ଅନୁକୁଳ ଶତପଥି,ସ୍ମରଣିକା ବାରିକ,ଅଶୋକ କୁମାର ବେହେରା,ଗୋବର୍ଦ୍ଧନ ବସ୍ତିଆ ଓ ଗୌରବ ମହାପାତ୍ର ପ୍ରମୁଖ ପିଲାମାନଙ୍କୁ ବୁଲାଇ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ସରକାରୀ ବାଳିକା ବିଦ୍ୟାଳୟ ସମେତ ଦଡକି, ରଣପାଟୁଳି, ଦୁବଗଡ, ଦୁତିପଡା,ପକନାଗାଁ ଓ ବଇଡା ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଶେଷରେ ପ୍ରଶିକ୍ଷକ ନୃହିଂହାନନ୍ଦ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ad-week
Leave A Reply

Your email address will not be published.