ଏମକେସିଜି ମେଡିକାଲକୁ ଶରୀର ଓ ଚକ୍ଷୁ ଦାନ…

add-all

ବ୍ରହ୍ମପୁର: ମୃତ୍ୟୁ ପରେ ଭଞ୍ଜନଗର ବାସିନ୍ଦା ନବୀନଚନ୍ଦ୍ର ସାହୁ (୬୭)ଙ୍କ ଚକ୍ଷୁ ଓ ଶରୀରକୁ ତାଙ୍କ ପରିବାର ଲୋକେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲକୁ ଦାନ କରିଛନ୍ତି । ସ୍ବର୍ଗତ ସାହୁ କିଛି ଦିନ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଏମକେସିଜିରେ ଚିକିତ୍ସିତ ହେଉଥିଲେ। ଆଜି ଭୋରୁ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ନବୀନ ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ପରେ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କ ହିତ ପାଇଁ ମୃତ ଶରୀରକୁ ଦାନ କରିବା ପାଇଁ ସ୍ୱୀକୃତି ଦେଇଥିଲେ। ତାଙ୍କର ସ୍ୱପ୍ନ ସାର୍ଥକ କରିବା ପାଇଁ ତାଙ୍କ ସ୍ତ୍ରୀ କୌଶଲ୍ୟା ସାହୁ, ଦୁଇ ପୁଅ କିରଣ କୁମାର ସାହୁ, ଆଲୋକ ସାହୁ ଆଜି ମରଶରୀରକୁ ଏମକେସିଜି ଦାନ କରିଥିଲେ । ଏମକେସିଜି ଆନାଟୋମି ବିଭାଗର ଡା. ପ୍ରିତମ ପ୍ରତ୍ୟୁଷ ଦାସ, ଡା. ରଶ୍ମିରାଣୀ ପ୍ରଧାନ, ଡା. ସନ୍ତୋଷ ତନ୍ମୟ ମହାପାତ୍ର, ସୁଧୀର କୁମାର ବେହେରା ମର ଶରୀରକୁ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.