ଟିକିରି ସହକାରୀ ଉଚ୍ଚ ବିଦ୍ୟାଳୟରେ ୪୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

add-all

କାଶୀପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଛି । ମୁଖ୍ୟଅତିଥିଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ମୁଖ୍ୟବକ୍ତା ଭାବେ ଅନୁସୟା ମାଝି ସଭାପତି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ରାୟଗଡ଼ା, ସମ୍ମାନୀତ ଅତିଥି ଭାବେ ଶ୍ରୀମତି ସରସ୍ଵତୀ ମାଝୀ ଜିଲ୍ଲା ପରିଷଦ ଅଧକ୍ଷା ରାୟଗଡ଼ା, କଣ୍ଠମାଝୀ ଅଧକ୍ଷା କାଶିପୁର, ପଞ୍ଚାୟତ ସମିତି, ଉତ୍କଳ ଆଲୁମିନା ହେଡ ମଜହର୍ ବେଗ୍ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ କୁମାର ପାତ୍ର ,ମୋ ସ୍କୁଲ୍ ଅଭିଯାନ ର ସଭାପତି ରାମମୋହନ ମହାନ୍ତି ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲୋଚନ ଖରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ସହ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଦୁଇବର୍ଷ କୋଭିଡ ହେତୁ ବିଦ୍ୟାଳୟ କୈାଣସି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇନଥିଲା । ଏହି ବର୍ଷ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା ବେଳେ ଶିକ୍ଷା ଓ ଶିକ୍ଷୟିତ୍ରୀ ସହ ଛାତ୍ର ଛାତ୍ରୀ ମୁଖରେ ଖୁସି ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.