ପିଜି ପ୍ରଥମ ସେମିଷ୍ଟର ସ୍ଥଗିତ ; ଧାରଣାରୁ ଓହରିଲେ ଛାତ୍ରଛାତ୍ରୀ…

add-all

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ଥଗିତ ରହିଲା ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟର ପରୀକ୍ଷା। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷଙ୍କ ପକ୍ଷରୁ ନୋଟିସ ଜାରିକରାଯାଇଛି। ପରବର୍ତୀ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରହିବ ବୋଲି ବିଶ୍ୱ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ପରୀକ୍ଷା ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି।

ସୂଚନାଥାଉକି, ପାଠ୍ୟକ୍ରମ ସରିନଥିବା ବେଳେ ପରୀକ୍ଷା ପାଇଁ ନୋଟିସ ବାହାରିଥିଲା। ଏହାକୁ ବିଶ୍ୱବିଦ୍ୟାଳୟର ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବିରୋଧ କରିଥିଲେ। ଆସନ୍ତା ଫେବୃଆରୀ ୧୪ରେ ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ କତୃପକ୍ଷ ସ୍ଥିର କରିଥିଲେ। ଏନେଇ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ କତୃପକ୍ଷଙ୍କୁ ଜଣାଇଥିଲେ।

ପରୀକ୍ଷା ଅତିକମ୍‌ରେ ୨୫ ଦିନ ଘୁଞ୍ଚାଇବାକୁ ସେମାନେ ଦାବି କରି ବିଶ୍ୱବିଦ୍ୟାଳୟର ପ୍ରଶାଶନିକ କାର୍ଯ୍ୟାଳୟ କୋଠା ଆଗରେ ଧାରଣା ଦେଇଥିଲେ। ପରୀକ୍ଷା ନିୟନ୍ତ୍ରକଙ୍କ ଛାତ୍ରଛାତ୍ରୀମାନେ ଆଲୋଚନା କରିବା ସହ ଦାବିପତ୍ର ପତ୍ର ଦେଇଥିଲେ। କୁଳପତିଙ୍କ ସହ ଆଲୋଚନା ପରେ ଏନେଇ ନିଷ୍ପତି ନିଆଯିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଥିଲେ।

ad-week
Leave A Reply

Your email address will not be published.