
ଚିକିଟି : ଚିକିଟି ଶ୍ରୀ ବଲାଜୀ ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତିର ଦ୍ଵାଦଶ ବାର୍ଷିକୀ ଉତ୍ସବ ମହା ସମାରୋହ ରେ ପାଳନ ହୋଇଯାଇଛି। ସଭାପତି ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ଙ୍କ ସଭାପତିତ୍ବ ରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ କୃଷ୍ଣ ଚନ୍ଦ୍ର ବାତ୍ରା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପାଢ଼ୀ , ବିଜ୍ଞାନ ଶିକ୍ଷକ , କବି ଓ ମଞ୍ଚ ସଂଯୋଜକ ସୁଶାନ୍ତ କୁମାର ପଟ୍ଟନାୟକ ଙ୍କୁ ଅଙ୍ଗବସ୍ତ୍ର, ଜୟମାଲ୍ୟ, ଉପଢୌକନ, ମାନପତ୍ର ପ୍ରଦାନ ସହ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସମ୍ମାନିତ ଅତିଥି ରୂପେ ଏନ୍ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବିଜୁଳି ବିଭାଗ ଉପଖଣ୍ଡ ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଅବସର କାଳୀନ ସମୟ ରେ କିପରି ନିଜକୁ ନିୟୋଜିତ କରିବେ ସେ ସମ୍ପର୍କ ରେ ଅବଗତ କରେଇଥିଲେ। ଅଶିଏ ବର୍ଷ ପୂର୍ତ୍ତି କାଳୀନ ଅବସରରେ ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି, ବାରିକ ସୁଆର ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧନା କରାଯାଇଥିଲା। ଉପସଭାପତି ହରିଶ୍ଚନ୍ଦ୍ର ସାହୁ, ବି. ଧର୍ମା ରେଡି, ସୂରେନ୍ ପାଢ଼ୀ ପ୍ରମୁଖ ସଙ୍ଘ ର ଆବଶ୍ୟକତା ସମ୍ପର୍କ ରେ ନିଜ ନିଜ ମତ ରଖିଥିଲେ। ନିଖିଳ ଉତ୍କଳ କର୍ମଚାରୀ ସମନ୍ୱୟ ସମିତି ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡଙ୍ଗା, ସମ୍ପାଦକ ରଙ୍ଗ ନାଥ ପଣ୍ଡା, କୋଷାଧ୍ୟକ୍ଷ ନୀଳମଣି ବେହେରା ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।