କଣ୍ଟାମାଳ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…

add-all

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ କୋର୍ଟ ପରିସରରେ ଆଜି ଶନିବାର ସକାଳ 10 ଘଣ୍ଟା ସମୟ ରେ ତାଲୁକ ଆଇନ ସେବା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏଥିରେ କଣ୍ଟାମାଲ ଜେ ଏମ ଏସି ବୋଥ ର ମାଜିଷ୍ଟ୍ରେଟ ସତ୍ୟନାରାୟଣ ସାହୁ ଙ୍କ ଉପସ୍ଥିତ ରେ ବୋଥ ରୁ ଚାରି ଗୋଟି ମାମଲାର ଆପସ ସମାଧାନ ଓ ଫାଇସିଲା ହୋଇଥିଲା l ସେଥିମଧ୍ୟରୁ ଦୀର୍ଘ ଦିନରୁ ପଡିରହିଥିବା ଦୁଇ ଗୋଟି ବେଆଇନ ମାମଲାର ଫଇସିଲା ହୋଇଯାଇଛି l ଆଜିର ଏହି ଲୋକ ଅଦାଲତ ରେ ସରକାରୀ ଓକିଲ ସାଇରଞ୍ଜନ ମହାନନ୍ଦିଆ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ଯରୁ କଣ୍ଟାମାଲ ଓକିଲ ସଙ୍ଘର ସଭାପତି ଦୂତିଆଚରଣ ସାହୁ ସମ୍ପାଦକ କୈଳାଶଚନ୍ଦ୍ର ବାରିକ ସରକାରୀ ଓକିଲ ରାଧାବୋଲଭ ପ୍ରଧାନ ଶମ୍ଭୁପ୍ରସାଦ ସାହୁ ନୀଳାମ୍ବର ପ୍ରଧାନ ଯୋଗ ଦେଇଥିଲେ l ଏହିଅବସରରେ କଣ୍ଟାମାଲ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଦହ୍ୟା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମୋଟ ପାଞ୍ଚ ଲକ୍ଷ୍ୟ ଟଙ୍କାର ଅର୍ଥରାଶି ଆୟ କରାଯାଇଛି l

ad-week
Leave A Reply

Your email address will not be published.