
ଦାରିଙ୍ଗବାଡି, (୧୨/୦୨) : କନ୍ଧମାଳ ଜିଲା ଦାରିଙ୍ଗ ବାଡ଼ି ବ୍ଲକ ଗଦାପୁରରେ ଲୁର୍ଦ୍ଧ ମେରୀ ପର୍ଵ ଗତକାଲି ବହୁ ଆଡମ୍ବରେ ପାଳିତ ହୋଇଛି। ଏହି ପର୍ବ ଉପଲକ୍ଷେ ଗଦାପୁର ଲୁର୍ଦ୍ଧମେରୀ ଗ୍ରାମ୍ୟକମିଟି ଓ ଯୁବ ସମୂହଙ୍କ ସହଯୋଗରେ ସନ୍ଧ୍ୟା ସମୟରେ ପଶ୍ଚିମ ଓଡିଶାର ମେଲୋଡି ଟିମ(ଶଗଡ଼ ଗାଡ଼ି) ସମ୍ବଲପୁରୀ ଗୀତର ତାଳେ ତାଳେ ଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉତ୍ସବ ମୁଖର ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ରୁଦା ମଲିକ, ବରିଷ୍ଠ କଂଗ୍ରେସ ନେତା ଅମୀର ଚାନ୍ଦ ନାୟକ, ଗଦାପୁର ପଞ୍ଚାୟତ ସରପଞ୍ଚ କୁମାରି ମଳିକ, ଜିଲା ପରିଷଦ ସଭ୍ୟା ଦୀପିକା ମାଝୀ, ଗଦାପୁର କ୍ୟାଥଲିକ ପାରିସର ଯାଜକ କରୁଣାକର ଦିଗାଲ, ଯାଜକ ସିଙ୍ଗାରିଆନ,ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ବନ ପାଳ ଅଞ୍ଜନ ନାୟକଙ୍କ ସହିତ ଗ୍ରାମ୍ୟ କମିଟିର ସଦସ୍ୟ କ୍ଲେମନ୍ତ ନାୟକ, ଦିଲିପ ଉଠାଣସିଂ,ବିରଞ୍ଚି ବାଗସିଂ, ରଘୁ ଧାଙ୍ଗଡାମାଝୀ, ସୁରଥ ବଡ଼ନାୟକ, ଅମର ସିଂ(ଟୁନା), ରାମ ବିନ୍ଧାଣି ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ରାହ୍ମଣୀଗାଁ ଥାନା ପକ୍ଷରୁ କାର୍ଯ୍ୟକ୍ରମରେ ପୋଲିସ ଫୋର୍ସ ମୁତୟନ ହୋଇ ଥିଲେ।