ଘୁଷୁରୀ ମଡ଼କ : ୧୫ ଦିନରେ ମଲେଣି ୩୦ ଘୁଷୁରି

add-all

ବ୍ରହ୍ମପୁର : ସୋରଡ଼ା ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ୧୫ ଦିନ ଭିତରେ ୩୦ରୁ ଊର୍ଦ୍ଧ୍ୱ ଘୁଷୁରି ମଲେଣି । ମଲା ଘୁଷୁରିଗୁଡ଼ିକ ଖିଲାବାଡ଼ି ନିକଟ ରାଇପଲ୍ଲୀ ରାସ୍ତାପାର୍ଶ୍ୱରେ ଓ ଅନ୍ୟ ସ୍ଥାନରେ ପଡ଼ିଥିବା ଦେଖାଯାଇଛି । ଜରଉ ନିକଟରେ ରହୁଥିବା ମାଲିକ ରତ୍ନମାଳା ପାତ୍ର କହିଛନ୍ତି, ତାଙ୍କର ପ୍ରାୟ ୨୦ ଘୁଷୁରି ମରିଗଲେଣି। ଖାଇବାକୁ ଦେଲେ ଖାଉନାହାନ୍ତି। ଚରେଇବାକୁ ନେଲେ ସେଠାରେ କିଛି ସମୟ ବୁଲାବୁଲି କରି ମରିଯାଉଛନ୍ତି କାରଣ କ’ଣ ଜାଣି ହେଉନି ବୋଲି ସେ କହିଛନ୍ତି। ଖିଲାବାଡ଼ି ବାସିନ୍ଦା ସୀମାଞ୍ଚଳ ପଣ୍ଡା କହିଛନ୍ତି, ଆମ ଗ୍ରାମ ପାଖରେ ଘୁଷୁରି ମଡ଼କ ପଡ଼ିଥିବାରୁ ରୋଗ ବ୍ୟାପିବାର ଆଶଙ୍କା ରହିଛି। ବ୍ଲକ ପ୍ରାଣୀ ଡାକ୍ତର ଲିପ୍‌ସା ମହାପାତ୍ରଙ୍କୁ ଯୋଗାଯୋଗ କହିଛନ୍ତି, ବର୍ତ୍ତମାନ ସେପରି କୌଣସି ରୋଗ ନାହିଁ କିନ୍ତୁ କୌଣସି ବିଷାକ୍ତ ଖାଦ୍ୟ ପାନୀୟ ଖାଇ ଦେଲେ ଏପରି ହୋଇପାରେ ବୋଲି କହିଛନ୍ତି । କୌଣସି ରୋଗ ବ୍ୟାପୀ ଏପରି ହେଉଥିବା ଅଞ୍ଚଳବାସୀ ଆଶଙ୍କା କାରିଛନ୍ତି ।

ad-week
Leave A Reply

Your email address will not be published.