ଦ୍ଵିତୀୟ ବିବାହ କଲେ ଶିକ୍ଷକ, ସ୍କୁଲରେ ପାର୍ଟି, ଥାନାରେ ଏତଲା ଦେଲେ ପ୍ରଥମ ସ୍ତ୍ରୀ…

add-all

ଦାରିଙ୍ଗବାଡି,୧୩/୨ : ପ୍ରଥମ ସ୍ତ୍ରୀ କୁ ଛାଡ଼ି ଦ୍ଵିତୀୟ ବିବାହ କଲେ ଶିକ୍ଷକ । ଏନେଇ ପ୍ରଥମ ସ୍ତ୍ରୀ ନିରୁପମା ଡାକୁଆ ଶିକ୍ଷକ ସ୍ବାମୀ ନାମରେ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି। ଶିକ୍ଷକ ଜଣକ ହେଲେ ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ସୁଜାମାଜୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀପତି ନାୟକ। ଶ୍ରୀପତି ନାୟକ ୨୦୦୩ ମସିହାରେ ନିରୁପମା ଡାକୁଆଙ୍କୁ ବିବାହ କରିଥିଲେ । ତିନି ବର୍ଷ ପରେ ଏକ ଝିଅ ଜନ୍ମ ହୋଇଥିଲା। ଝିଅ ଜନ୍ମ ହେବା ପରେ ସ୍ତ୍ରୀ ଉପରେ ଆରମ୍ଭ ହୋଇଥିଲା କୁଆଡେ ଶାରୀରିକ ସହ ମାନସିକ ନିର୍ଯ୍ୟାତନା । ଏହାପରେ ପ୍ରଥମେ ଫୁଲବାଣୀ ପରିବାର କୋର୍ଟରେ ଆରମ୍ଭ ହୋଇଥିଲା ମାମଲା । ଏହା ପରେ ବାଲିଗୁଡା କୋର୍ଟରେ ସ୍ବାମୀ ଶ୍ରୀପତି ନାୟକ ଛାଡ଼ପତ୍ର ପାଇଁ ଆବେଦନ ପତ୍ର ଦେଇଥିଲେ । ହେଲେ କୋର୍ଟରେ କେସ ଚାଲିଥିବା ବେଳେ ଶିକ୍ଷକ ଜଣେ ଯୁବତୀଙ୍କୁ ଗତ ୬ ତାରିଖ ଦିନ ବିବାହ କରିଥିଲେ । ତାହା ପୁଣି ସୁଜାମାଜୁ ସ୍କୁଲ ପରିସର ମଧ୍ୟରେ । ଉକ୍ତ ସ୍କୁଲ ମଧ୍ୟରେ ଫୁଲମାଳ ପିନ୍ଧି କେକ କାଟିଥିଲେ । ପିଲାଙ୍କ ପାଠପଢା ସମୟର ସ୍କୁଲରେ ଏଭଳି କାର୍ଯ୍ୟକ୍ରମ ନାପସନ୍ଦ କରିବା ସହ ଉକ୍ତ ଶିକ୍ଷକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଦାବୀ କରିଛନ୍ତି ଅଞ୍ଚଳବାସି ସମେତ ବୁଦ୍ଧିଜିବୀ । ଏନେଇ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଗତ ୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ନମ୍ବର ୨୧/୨୩ ରୁଜୁ କରି ବିଭିନ୍ନ ଦଫା ଆଧାରରେ ଘଟଣାର ତଦନ୍ତ ଚାଲିଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ରହିଛି।

ad-week
Leave A Reply

Your email address will not be published.