ଟିକିରି : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ର ବହୁତ୍ ଗୁଡିଏ ବେଆଇନ ଇଟା ଭାଟି ଗଢ଼ିଉଠିଥିବା ବେଳେ ଆଜି କାଶିପୁର ତହସିଲଦାର ଶ୍ରୀ ଶରତ ଶବର ଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରାଯାଇ ଟିକିରି ଅଞ୍ଚଳର 6ଟି ଇଟାଭାଟି ରୁ ପ୍ରାୟ 1ଲକ୍ଷ 4ହଜାର ଟଙ୍କା ଫାଇନ ଆଦାୟ କରଯାଇଥିବା ସୂଚନା ଦେଇଛନ୍ତି । ସୂଚନା ମୁତାବକ କାଶିପୁର ଅଞ୍ଚଳରେ ପ୍ରାୟ ସବୁ ଗାଁ ରେ ବେଆଇନ ଭାବେ ଇଟା ଭାଟି କରି ଇଟା ଭାଟି ମାଲିକ ମାନେ ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହେଇଥିବା ବେଳେ ଦିନକୁ ଦିନ ଏହି ଭଳି ବେଆଇନ ଇଟା ଭାଟି ବଢି ଚାଲିଥିବା ବେଳେ ଆଜି କାଶିପୁର ତହସିଲଦାର ଶ୍ରୀ ଶବର ଓ ଟିକିରି ରାଜସ୍ୱ ନିରୀକ୍ଷକ ବନମାଳୀ ସାହୁ,ରାଧାକାନ୍ତ ନାୟକ ଓ ଟିକିରି ଥନା କର୍ମଚାରୀ ମାନେ ଅଚାନକ ଉଷାପଡ଼ା ଅଞ୍ଚଳରେ 6ଟି ଇଟାଭାଟି ଉପରେ ଅଚାନକ ଚଢ଼ାଉ କରି ଏହି ରାଜସ୍ବ ଆଦାୟ କରଯାଇଥିବା ବେଳେ ଆଗକୁ ଆହୁରି ଯେତେ ବେଆଇନ ଭାବେ ଇଟାଭାଟି ହୋଇଛି ସମସ୍ତ ଉପରେ ଚଢାଉ କରାଯିବ ବୋଲି ତହସିଲଦାର ଶ୍ରୀ ଶବର କହିଛନ୍ତି ।
