ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

add-all

ବ୍ରହ୍ମପୁର : ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି | ମୁଖ୍ୟତଃ ଵ୍ରହ୍ମପୁର ଆଖପାଖ ସହରର ଛାତ୍ରଛାତ୍ରୀମାନେ ଆଇନ ବିଦ୍ୟା ଅଧ୍ୟୟନ ପାଇଁ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି।
ଆଜି ଏଲ. ଏଲ. ଏମ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ତୃତୀୟ ସେମିଷ୍ଟର ପରୀକ୍ଷା ହେବାକୁ ଥିଲା। ଯାହା ବିଷୟରେ କଲେଜ କର୍ତ୍ତୃପକ୍ଷ ପନ୍ଦର ଦିନ ପୂର୍ବରୁ ନୋଟିସ ଜାରି କାରିଥିଲେ।ତେଣୁ ଛାତ୍ରଛାତ୍ରୀ ମାନେ ଦିନ ବାରଟା ବେଳେ କଲେଜରେ ପହଞ୍ଚିଥିଲେ ।କିନ୍ତୁ ସେଠାରେ ପହଞ୍ଚି ଜାଣିବାକୁ ପାଇଲେ ଯେ ପରୀକ୍ଷା କେନ୍ଦ୍ର ଵ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ସ୍ଥାନତରିନ୍ତ ହୋଇଛି।ଏହାଜାଣି ଛାତ୍ରଛାତ୍ରୀ ମାନେ ହତାଶ ହୋଇ ଭିକ୍ଷୋଭ କରିଥିଲେ ଓ ପରୀକ୍ଷା ବର୍ଜନ କରିଥିଲେ ।କକେଜ କର୍ତ୍ତୃପକ୍ଷଙ୍କ ଠାରୁ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନର କାରଣ ଜାଣିବାକୁ ପ୍ରଶ୍ନ କରିଥିଲେ।କିନ୍ତୁ କଲେଜ ପ୍ରିନସିପାଲ ,ଭାଇସ ଚାନ୍ସଲର ତଥା କଣ୍ଟ୍ରୋଲର ଜଣେ ଅନ୍ୟଜନଙ୍କୁ ଆଙ୍ଗୁଳି ନିର୍ଦେଶ ଦେଇଥିଲେ ।ଏବଂ କଲେଜର ନୋଟିସ ବୋର୍ଡରେ ଏକ ପୁରୁଣା ତାରିଖ ଥିବା ନୋଟିସ ଗତକାଲି ପରୀକ୍ଷା କେନ୍ଦ୍ର ବଦଳିବା ବିଷୟରେ ଲାଗିଥିବା ଦେଖିବାକୁ ପାଇଥିଲେ | କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ସନ୍ତୋଷ ଜଣକ ଉତ୍ତର ପାଇପାରିନଥିଲେ | ଏହା ବ୍ୟତୀତ ପାଠ ପଢ଼ାର ଅନିୟମିତତା,ଗେଷ୍ଟ ଅଧକ୍ଷଙ୍କ ଅସଦ ଆଚରଣ ଓ ଆଇନ ମହାବିଦ୍ୟାଳୟର ଅନେକ ଅବ୍ୟବସ୍ଥା ସତ୍ୱେ ଛାତ୍ରଛାତ୍ରୀମାନେ ଆଜି ପରୀକ୍ଷା ଦେବା ପାଇଁ କଲେଜରେ ପହଞ୍ଚି ଥିଲେ କିନ୍ତୁ କେନ୍ଦ୍ର ପରିବର୍ତନ ଦେଖି ସେମାନଙ୍କ ମୁଣ୍ଡ ଗରମ ହୋଇଯାଇଥିଲା | ଯଦିଓ ସେମାନେ କମନ ପି.ଜି. ଏଣ୍ଟ୍ରାନ୍ସରେ କୃତ୍ତକାର୍ଯ୍ୟ ହୋଇ ନିଜ ସୁବିଧା ଅନୁସାରେ କଲେଜ ଚୟନ କରିଥିଲେ ଓ ଆଇନ ଅଧୟନ ପାଇଁ କଲେଜର ଧାର୍ଯ୍ୟ ଶୁଳ୍କ ପୈଠ କରିଥିଲେ ତେବେ ସେମାନେ ନିଜ କଲେଜ ଛାଡ଼ି ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ କାହିଁକି ପରୀକ୍ଷା ଦେବାକୁ ଯିବେ ? ଏତଦ ବ୍ୟତୀତ ସେମାନେ ପ୍ରଶ୍ନ କରିଥିଲେ ଯେ ସିନିଅର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ସେମାନଙ୍କ ପ୍ରଥମ ବର୍ଷ ପରୀକ୍ଷା ନିଜ ମହାବିଦ୍ୟାଳୟରେ ହୋଇଥିବାବେଳେ ବର୍ତ୍ତମାନ ଏହିପରି ଅନିୟମିତତା କାହିଁକି ? ନିଜ ମହାବିଦ୍ୟାଳୟରେ ପୁନଃ ପରୀକ୍ଷା କେନ୍ଦ୍ର ହେଉ ଦାବି ନେଇ ଛାତ୍ରଛାତ୍ରୀ ମାନେ ପରୀକ୍ଷା ବର୍ଜନ ସହ ବିକ୍ଷୋଭ ପଦର୍ଶନ କରିଛନ୍ତି |

ad-week
Leave A Reply

Your email address will not be published.