ଶିଶୁ ଅଧିକାର ସୁରକ୍ଷା ଏବଂ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର ଉଦ୍‌ଯାପିତ…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ସ୍ଥାନୀୟ ଘୁ. ଉଦୟଗିରି ବ୍ଲକରେ ଅନ୍ତରଙ୍ଗ ଯୁବ ମହାସଂଘ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଓ ପ୍ରଦାତ୍ତା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାତ ଦିନିଆ ଶିଶୁ ଅଧିକାର ଓ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର ଉଦଯାପନ ହୋଇଛି। ସାତ ଦିନିଆ ଏହି ଆଲୋଚନା ଚକ୍ର ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରଟିଙ୍ଗିଆ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଘୁ. ଉଦୟଗିରି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଲିଙ୍ଗାଗଡ, ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ଟିଆଙ୍ଗିଆ, ସରକାରୀ ଉଚ୍ଚ ବିଦ୍ୟାଳୟ, ତଲାରିମାହା ଓ କଳିଙ୍ଗା ଉଚ୍ଚ ବିଦ୍ୟାଳୟ, କଳିଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଅଛି। ସରକାରଙ୍କ ବିଭିନ୍ନ ଯୋଜନା ଓ ଶିଶୁ ଅଧିକାର ସମ୍ବନ୍ଧୀୟ ସୁରକ୍ଷା ଓ ବାଲ୍ୟ ବିବାହ ନିଷେଧ ଆଇନ୍ ସମ୍ବନ୍ଧୀୟ ଆଲୋଚନା କରାଯାଇଛି। ବାଲ୍ୟ ବିବାହ ଭଳି କୁସଂସ୍କାରକୁ ସମାଜରୁ ଦୁରେଇଦେବା ନିମନ୍ତେ ସଚେତନତା କରାଯାଇଛି। ସ୍ବାସ୍ଥ୍ୟ, ପୋଷଣ ଖାଦ୍ୟ ଓ ଶିକ୍ଷା ପ୍ରତି ଧ୍ୟାନ ଦେଇ ଆଗ୍ରହ ବଢେଇବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଗୁଡ଼ିକୁ ନେଇ ଏକ ( ଆମେ ସଚେତନ ହେବା ବାଲ୍ୟ ବିବାହ ମୁକ୍ତ କରିବା) ପୁସ୍ତକ ଉନ୍ମୋଚନ କରାଯାଇ ତାହା ପ୍ରତି ଉଚ୍ଚ ବିଦ୍ୟାଳୟରେ ବଣ୍ଟନ କରାଯାଇଛି। ଏହା ଆଗାମୀ ଦିନରେ ଜିଲ୍ଲାର ପ୍ରତିଟି ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ଯୋଜନା କରାଯାଇଛି।

ad-week
Leave A Reply

Your email address will not be published.