ବ୍ଲକସ୍ତରୀୟ କୃଷକ ସାଥୀ ସଂଘର ବୈଠକ ଅନୁଷ୍ଠିତ…

add-all

 ଫିରିଙ୍ଗିଆ– ଫିରିଙ୍ଗିଆ ବ୍ଲକ ର  ମାଝୀପଢ଼ା ଠାରେ ବ୍ଲକସ୍ତରୀୟ କୃଷକ ସାଥୀ ସଂଘ   ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଭାପତି  ଶ୍ରୀ ଯୁକ୍ତ ବିଶ୍ଵାମିତ୍ର ମହାକୁଡ଼ ଙ୍କ   ତତ୍ବାବଧାନରେ ୨୪ ଟି ପଞ୍ଚାୟତ ର ୪୮ ଜଣ କୃଷକ ସାଥୀ ଉପସ୍ଥିତ ରହି ବୈଠକ ପରିଚାଳନା କରିଥିଲେ । ବୈଠକରେ  ସରକାରଙ୍କ ସମସ୍ତ  ଯୋଜନା ମାନ  ତଥା –ମାଟି ପରୀକ୍ଷା,ଧାଡ଼ି ଧନ ରୁଆ, କୃଷକ ଓଡିଶା ପଞ୍ଜୀକର କରେଇ ଦେବା,PM kisan ରେ ଅନ୍ତର୍ଭୁକ୍ତ କରାଇବା, କୃଷକ ପରିଚୟ ପତ୍ର କରାଇଦେବା ଏବଂ କୃଷକ ମାନଙ୍କୁ ସରକାରଙ୍କ ସମସ୍ତ ଯୋଜନା ମାନ ପହଁଞ୍ଚେଇବା  କୃଷକ ସାଥୀ ମାନଙ୍କ ମୁଖ୍ୟ ଭୂମିକା ଥିବା ବେଳେ 2006 ମସିହା ଠାରୁ ସରକାରଙ୍କ ତରଫରୁ ସ୍ୱୀକୃତି ପାଇଥିବା କୃଷକ ସାଥୀ ମାନଙ୍କ ମାସିକ ଦରମା ମାତ୍ର  ଟ ୧୦୦୦ ଙ୍କା ଦେଉ ଥିବା ବେଳେ ପରିବାର ପ୍ରତିପୋଷଣ ସମ୍ବବ  ନୁହଁ ତାହା  ବୈଠକରେ ଆଲୋଚନା କରାଯାଇଥିଲା l  ଆଗାମୀ ଦିନରେ ଦରମା ବୃଦ୍ଧି କରିବା ପାଇଁ ସଂଘ ପକ୍ଷରୁ  ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଆଲୋଚନା କରାଯାଇଥିଲା ଉକ୍ତ ବୈଠକରେ ଉପ ସଭାପତି  ବଦନ କହଁର,ସମ୍ପାଦକ ନିରାକାର ସାହୁ,ଉପ ସମ୍ପାଦକ ସୁଧୀର  କୁମାର ଦିଗାଲ,  ଏବଂ ପ୍ରତ୍ୟେକ ପଞ୍ଚାୟତ ର କୃଷକ ସାଥୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.