ନଦୀ ବୁଡ଼ି ଘଟଣା ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର…

add-all

ଚିତ୍ରକୋଣ୍ଡା:(୧୫/୦୨/୨୦୨୩) କୋଡିଏ ଘଣ୍ଟାର ବ୍ୟବଧାନ ଭିତରେ ବାଲିମେଳା ଜଳଭଣ୍ଡାର ମଧ୍ୟରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି l ସୂଚନା ଅନୁଯାଇ ଗତ କାଲି ଅପରାହ୍ନ ସମୟରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନର୍ଗତ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ନିଖୋଜ ଥିଲେ ସ୍ପିଲବାଇ ଗ୍ରାମର ଘାସି ଖିଲ, ବୟସ 60, ଦେଶୀ ଡଙ୍ଗାରେ ମାଛ ମାରୁଥିବା ସମୟରେ ଜଳଭଣ୍ଡାର ଭିତରକୁ ଖସି ପଡ଼ିଥିଲେ l ଘାସି ଫେରିବା ବିଳମ୍ବ ହେବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ l ନଦୀରେ ପଡିଯାଇଥିବା ଜାଣିବାକୁ ପାଇଥିଲେ l ଗଲା କାଲି ଅପରାହ୍ନ ଠାରୁ ପରିବାର ଲୋକେ ଖୋଜାଖୋଜି କରି ଥାନା ଏବଂ ଅଗ୍ନିଶମ କେନ୍ଦ୍ର କୁ ଜଣାଇଥିଲେ ତଥ୍ୟ ଦେବା ସମୟ ପର୍ଯ୍ୟନ୍ତ ବର୍ତ୍ତମାନ ନିଖୋଜ ଘାସି ଖିଲ ଙ୍କୁ ଚିତ୍ରକୋଣ୍ଡା ଅଗ୍ନିଶମ କେନ୍ଦ୍ର , ଚିତ୍ରକୋଣ୍ଡା ପୋଲିସ, ଚିତ୍ରକୋଣ୍ଡା ରାଜସ୍ବ ବିଭାଗ ଓ ପରିବାର ଲୋକେ ଖୋଜାଖୋଜି ଜାରି ରଖିଥିଲେ ଆଜି ଦିବା 12.30 ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି l ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ ହେବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇବାର ବ୍ୟବସ୍ଥା କରଯାଇଥିବା ସୂଚନା ମିଳିଛି l

ad-week
Leave A Reply

Your email address will not be published.