
ସୁନ୍ଦରଗଡ଼ : ସନ୍ଥ ଶ୍ରୀ ଶ୍ରୀ ରାଜିନ୍ଦ୍ର ସିଂ ମହାରାଜଙ୍କ ଆଶୀର୍ବାଦରୁ ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ମହୁଳପାଲି ଗ୍ରାମରେ ଅବସ୍ଥିତ ଦର୍ଶନ ଏକାଡେମୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗତ ୧୩ ତାରିଖ ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ବିଭାଗର ବରିଷ୍ଠ ସଦସ୍ୟ ଦେବାନନ୍ଦ ନାଏକ ଏବଂ ସଂଚାଳକ ରୁପେଶ ପଟେଲ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ଦର୍ଶନ ଏକାଡେମୀର ଆଞ୍ଚଳିକ ବିଦ୍ୟାଳୟ ମୁଖ୍ୟ ପ୍ରସନ୍ନ କୁମାର ପୂଳକନ୍ଦମଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ପୂର୍ବକ କରାଯାଇଥିଲା। ପ୍ରଧାନଶିକ୍ଷକ ମନୋଜ କୁମାର ପାଣ୍ଡେ, କ୍ଲଷ୍ଟର ସଂଯୋଜକ ଅଜିତ ବାର୍ଲା ମଞ୍ଚାସୀନ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଧାନଶିକ୍ଷକ ମନୋଜ କୁମାର ପାଣ୍ଡେ ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହିତ ତାଙ୍କ ବକ୍ତବ୍ୟରେ ଛାତ୍ରଛତ୍ରୀଙ୍କ ଶିକ୍ଷା ପ୍ରତି ଗୁରୁତ୍ବ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କ ଦ୍ଵାରା ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଜିକି ଜିଜ୍ଞାସା ନାଏକ, ୟଶ ଶର୍ମା, ସମୀକ୍ଷା ନାଏକ ଓ ହନୀ ନଥାନୀ ଏହି ରଙ୍ଗାରଙ୍ଗ ସମାରୋହରେ ମଞ୍ଚ ପରିଚାଳନା କରିଥିଲେ। ନୃତ୍ୟଶିକ୍ଷକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀବୃନ୍ଦ ନୃତ୍ୟ ପରିବେଷଣ କରି ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶେଷରେ ଶିକ୍ଷୟିତ୍ରୀ ନିକି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼