ଚିତ୍ରକୋଣ୍ଡା କଂଗ୍ରେସ ପକ୍ଷରୁ ହାତସେ ହାତ୍ ଜୋଡ କାର୍ଯ୍ୟକ୍ରମର ବିଶାଳ ସମାବେଶ…

add-all

ଚିତ୍ରକୋଣ୍ଡା:(୧୭/୦୨/୨୦୨୩) ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଚିତ୍ରକୋଣ୍ଡା ହାଟପଦା ଠାରେ  ହାତ ସେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ସଭାପତି ବିଦେଶୀ ଗୌଡ଼,ବରିଷ୍ଠ କର୍ମି ଶରତ ବୁରୁଦା, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ, ଚିତ୍ରକୋଣ୍ଡା ଜୋନ ୱାନ ଜିଲ୍ଲା ପରିଷଦ ସଭ୍ୟା ଵିନତୀ ଖିଲଙ୍କ ସମେତ ଯୁବ ସଭାପତି ଇଷାକ ଖସଲା ଙ୍କ ଉପସ୍ଥିତିରେ ଏକ ବିଶାଳ ଜନସମାବେଶ ଆୟୋଜିତ ହୋଇଥିଲା। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତର ବହୁ ସଂଖ୍ୟାରେ କଂଗ୍ରେସ କର୍ମି ମାନଙ୍କୁ ନେଇ ବିଭିନ୍ନ ଦାବି ସହ ଚିତ୍ରକୋଣ୍ଡା ପଞ୍ଜାବୀ ଛକ ଠାରୁ ଚିତ୍ରକୋଣ୍ଡା ସହର ତଥା କଲୋନୀ ପରିକ୍ରମା କରିବା ସହ ବିଶାଳ ଶୋଭାଯାତ୍ର ସାରି ହାଟପଦା ଠାରେ ସମସ୍ତେ ଏକତ୍ରିତ ହୋଇ ହାତ୍ ସେ ହାତ୍ ଯୋଡ଼ କାର୍ଯ୍ୟକ୍ରମ କୁ ଆଗେଇ ନେଇ ମାଗଣା ଚାଉଳ, ବେକାରୀ ସମସ୍ୟା ଉପରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ତଥ୍ୟ ରଖି ବର୍ଷି ଥିଲେ । ଏଥି ସହିତ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଦିଗରେ ପ୍ରତି ୱାର୍ଡ଼ ସଜାଡ଼ିବାକୁ କର୍ମି ମାନଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ କଂଗ୍ରେସ କର୍ମି ବିଜୟ ଭତ୍ରା ଏବଂ ଅନ୍ୟ କର୍ମି ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.