ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼ । ସେଥି ମଧ୍ୟରୁ ମାଲକାନଗିରି ଜିଲ୍ଲା ସଦର ମହକୁମାର ନିକଟସ୍ଥ ମଲ୍ଲିକେଶ୍ୱର ଶୈବ ପୀଠ ଅନ୍ୟତନ ଯେଉଁଠି ଭକ୍ତ ମାନଙ୍କ ଲମ୍ବା ଲାଇନ ଲାଗିଥାଏ । ଚଳିତ ବର୍ଷ ମଲ୍ଲିକେଶ୍ୱର ଶୈବପିଠରେ ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ଠାକୁରଙ୍କ ଦର୍ଶନ କରିବା ପାଇଁ ଛୋଟ ପିଲାଛୁଆ ଠାରୁ ଆରମ୍ଭକରି ବୃଦ୍ଧା ଲୋକମାନେ ନିଜର ସମସ୍ତ କଷ୍ଟ ଭୁଲି ପାହାଡ଼ ଚଢୁଥାନ୍ତି । ପ୍ରତିବର୍ଷ ମଲ୍ଲିକେଶ୍ୱର ଶୈବ ପୀଠରେ ଏହି ସମୟରେ ଭକ୍ତ ତଥା ମାନସିକ ଧାରି ମାନେ ଏହି ମଲ୍ଲିକେଶ୍ୱର ପୀଠରେ ଜାଗର ଦୀପ ଜାଳି ନିଜର ମନସ୍କାମନା ପୂରଣ କରିଥାନ୍ତି ।ଏହି ଶୈବ ପୀଠଟି ସଦର ମହକୁମା ଠାରୁ ଅଳ୍ପ ଦୂରରେ ଥିବା ଏକ ପାହାଡ଼ ଉପରେ ଅବସ୍ଥିତ, ପାହାଡ଼ ଉପରକୁ ଯିବା ପାଇଁ ଭକ୍ତ ମାନଙ୍କୁ ଅନେକ ପଥ ଅତିକ୍ରମ କରିବାକୁ ପଡିଥାଏ । ଛୋଟ ଛୋଟ କୁନି ପିଲା ଠାରୁ ଆରମ୍ଭ କରି ବୃଦ୍ଧା ମାନେ ମଧ୍ୟ ଖୁସିର ସହ ଏହି ପାହାଡ଼ ଚଢ଼ି ଶୈବ ପୀଠ ଦର୍ଶନ କରିଥାନ୍ତି ।ଏଠାରେ ସ୍ବେଛାସେବୀ ସଂଗଠନ ତରଫରୁ ଭକ୍ତ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଶ୍ରଦ୍ଧାଳୁ ମାନେ ପୂଜା ଅର୍ଚନା କରିବା ପରେ ପାହାଡ଼ ଉପର ପ୍ରାକୃତିକ ସୌଦାଯ୍ୟ ଉପଭୋଗ କରିବା ସହ ମାଲକାନଗିରି ସହର ଦୃଶ୍ୟର ମଜାନିଅନ୍ତି । ଏହି ପାହାଡ଼ର ଉପରି ଭାଗ ଯୁବପିଢ଼ିଙ୍କ ପାଇଁ ସେଲ୍ଫି ପଏଣ୍ଟ ପାଲିଟିଛି । ପ୍ରତିବର୍ଷ ଏହି ମଲ୍ଲିକେଶ୍ୱର ଶୈବ ପୀଠ ଠାରେ ଜିଲ୍ଲା ତଥା ବାହାର ଜିଲ୍ଲା ଓ ପୋଡ଼ସି ରାଜ୍ୟର ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିଥାଏ । ସେହିଭଳି ମାଲକାନଗିରି ସହରର ତଲସହି ଶିବମନ୍ଦିର,ହାଟପଡା,ପୁରୁଣା ମେଡିକାଲ, ଶିବାନନ୍ଦ ଆଶ୍ରମ, ହରଗୌରୀ ଭଳି ଶୈବପୀଠ ଗୁଡିକ ଲୋକାରଣ୍ୟ ହୋଇଛି ।
