ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ପଞ୍ଚାୟତ କ୍ରୀଡା ପ୍ରତିଭାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

add-all

ଚିତ୍ରକୋଣ୍ଡା:(୧୭/୦୨/୨୦୨୩) ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତ ରେ ଭାଗ ନେଇ ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରଥିବା ଜଣେ ଛାତ୍ରଙ୍କୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ  ରାଲେଗାଡ଼ା ପଞ୍ଚାୟତ ସରପଞ୍ଚ ଶ୍ରୀ କମଳୁ ହ୍ୱନ୍ତାଳ, ବ୍ଲକ ଶିକ୍ଷା ଅଧିକାରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଅଛି l

ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ପଞ୍ଚାୟତ ରୁ ୧୫କିମି ଦୂରରେ ଥିବା ପାହାଡ଼ ଭିତରେ ଥିବା ଗ୍ରାମର ଗୋଟିଏ ଅଷ୍ଟମ ଶ୍ରେଣୀ ଛାତ୍ର ମାସେ ଖରା, ପିତା କମଳୁ ଖରା, ମାତା ଦେଇ ଖରା ଗ୍ରାମ ନାମ କଣ୍ଟାଗୁଡା ଛାତ୍ର ରାଜ୍ୟସ୍ତରୀୟ କ୍ରୀଡା ଡ଼ିସକସ ଥ୍ରୋ ରେ ପ୍ରଥମ ସ୍ଥାନ ଆଣି ସ୍ୱାଭିମାନ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ଏହି କୃତି ପ୍ରତିଭାକୁ ପ୍ରଥମେ ସ୍ଥାନୀୟ ସରପଞ୍ଚ ପୁଷ୍ପ ଗୁଚ୍ଛ ଦେଇ  ସ୍ବାଗତ ଜଣାଇଥିବା ବେଳେ ମା ଓ ବାପାଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ସହ କାନ୍ଧରେ କପଡା ଦେଇ ସ୍ୱାଗତ ଜଣାଇଲେ ବ୍ଲକ ଶିକ୍ଷା ଅଧିକାରୀ l ପରେ ରାଲେଗାଡ଼ା ସରପଞ୍ଚ ଶ୍ରୀ କମଳୁ ହ୍ୱନ୍ତାଳ ଓ ଗ୍ରାମବାସୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ l ଏହା ପରେ ବ୍ଲକ ସରପଞ୍ଚ  ଗ୍ରାମବାସୀଙ୍କୁ କହିଥିଲେ ସ୍ୱାଭିମାନ ଅଞ୍ଚଳରେ ଲୁକାୟିତ ପ୍ରତିଭାଙ୍କୁ ପଦାକୁ ଆଣିବା ଦିଗରେ ପ୍ରଚେଷ୍ଟା ସମସ୍ତେ କରିବା ଦରକାର l ଆଗାମୀ ଦିନରେ ଏଠିକାର ପିଲାମାନେ ନିଶ୍ଚିତ ଭାବରେ ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ କୃତିତ୍ୱ ଅର୍ଜନ ସହ ଆମ ଅଞ୍ଚଳର ନାମ କୁ ଉଜ୍ଜଳ କରି ପାରିବେ ବୋଲି l କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସ୍ୱାଭିମାନ ଅଞ୍ଚଳ ବିଷୟ ରେ କହିଥିଲେ l ଏଠାରେ ରାଲେଗାଡ଼ା ସିଆରସିସି ବସନ୍ତ ତାଂଗୁଲ, ଅନ୍ୟ ଶିକ୍ଷକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.