ଦେୟମୁକ୍ତ ହେଲା ସୁଲଭ ଶୌଚାଳୟ…

add-all

ବ୍ରହ୍ମପୁର : ରାଜ୍ୟର ସମସ୍ତ ସହରରେ ଥିବା ଶୌଚାଳୟ ସାଧାରଣ ଲୋକ ମାଗଣାରେ ବ୍ୟବହାର କରିପାରିବେ। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୬ ତାରିଖରେ ବିଜ୍ଞପ୍ତ ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିକୁ ଏ ନେଇ ଚିଠି କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମଧ୍ୟ ଏହି ନିୟମକୁ କଡାକଡି ପାଳନ କରାଯାଇଛି।
ପ୍ରକାଶଯେ, ବ୍ରହ୍ମପୁରରେ ବିଇଏମ୍‌ସିର ୧୨ ସୁଲଭ ଶାୈଚାଳୟ ରହିଛି। ଏଗୁଡିକର ରକ୍ଷଣାବେକ୍ଷଣ ଜାତୀୟ ସୁଲଭ ସୋସିଆଲ ସର୍ଭିସ ସଂସ୍ଥା ଅଧୀନରେ ରହିଛି। ଏଠାରେ ଗାଧୋଇବା ଲାଗି ୧୦ଟଙ୍କା ଓ ଶୌଚ ଲାଗି ୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଥି ନିମନ୍ତେ କାୈଣସି ଦେୟ ଦେବାକୁ ପଡିବ ନାହିଁ। ଏ ନେଇ ବିଇଏମ୍‌ସି ସାନିଟେଶନ ବିଭାଗ ପକ୍ଷରୁ ସମସ୍ତ ଶାୈଚାଳୟକୁ ଚିଠି କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିିଳିଛି। କିନ୍ତୁ ସହରର କାୈଣସି ଶାୈଚାଳୟ କାନ୍ଥରେ ଚିଠି ନ ଥିବା ଦେଖିବାକୁ ମିଳିଛି। ଯାହାଦ୍ୱାରା ବହୁ ଜନସାଧାରଣ ଏବେ ବି ଶାୈଚାଳୟ ବ୍ୟବହାର କରିବା ନିମନ୍ତେ ଦେୟ ଦେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସହରର ପୁରୁୁଣା ବସ୍‌ଷ୍ଟାଣ୍ଡ ଶାୈଚାଳୟ ସବୁଠାରୁ ପୁରୁଣା। ଏହି ଶାୈଚାଳୟ ୧୯୮୬ରେ ନିର୍ମିତ ହୋଇଥିଲା। ଏଠାରେ ମହିଳା ଓ ପୁରୁଷଙ୍କୁ ମିଶାଇ ୧୫ କୋଠରି ରହିଛି। କିନ୍ତୁ ଏହି ଶାୈଚାଳୟଟି ପୁରୁଣା କାରଣରୁ ବର୍ତ୍ତମାନ କୋଠାର ପୁନରୁଦ୍ଧାର ଆବଶ୍ୟକତା ରହିଛି। ଏଥିସହ ଶାୈଚାଳୟରେ ରହିଥିବା ହାତ ଶୁଖାଇବା ମେଶିନ କାର୍ଯ୍ୟ କରୁ ନାହିଁ। ତତ୍‌ସହିତ ସ୍ବଚ୍ଛ ସର୍ବେକ୍ଷଣ ବାର୍ତ୍ତା ନେଇ ଶାୈଚାଳୟଟି ପରିଷ୍କାର ଅଛି କି ନାହିଁ ସେ ନେଇ ଏକ ମେଶିନ ଖଞ୍ଜାଯାଇଛି। କିନ୍ତୁ ତାହା ମଧ୍ୟ କାର୍ଯ୍ୟ କରୁ ନାହିଁ।
ଦାୟିତ୍ୱରେ ଥିବା କର୍ମଚାରୀ ଚନ୍ଦନ ଝା କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁ ମେଶିନ ୨ଟି ଖରାପ ହୋଇଯାଇଛି। ଏହାର ମରାମତି ନେଇ ସୁଲଭ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଅନ୍ୟପଟେ ବିଜିପୁର ପୋଖରୀ ନିକଟରେ ଥିବା ମହିଳା ଶାୈଚାଳୟ ସମ୍ପୂୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହା ପରିସରରେ ଥିବା ଅଫିସ ଭାଙ୍ଗିରୁଜି ଯାଇଛି। ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ମହିଳାମାନେ ଏହାକୁ ବ୍ୟବହାର କରୁନାହାନ୍ତି। କିନ୍ତୁ ଏହାର ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନତା

ad-week
Leave A Reply

Your email address will not be published.