ଭାରସାମ୍ୟ ହରାଇ ଭାଲିଆ ମଞ୍ଜି ଟ୍ରକ ଓଲଟି ଦୁଇ ଆହତ…

add-all

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ସୀତାପଡ଼ିର ଏକ ବୁଲାଣିରେ ଭାଲିଆ ମଞ୍ଜି ଟ୍ରକ ଓଲଟି ପଡ଼ିଥିବା ବେଳେ ସେଥିରେ ବସିଥିବା ଦୁଇ ଜଣ ଆହତ ହେଇଥିବା ଜଣାପଡ଼ିଛି। ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଠାରୁ ଭାଲିଆ ମଞ୍ଜି ଧରି ଏକ ଟ୍ରକ ନମ୍ୱର ସିଜି ୦୪- ଏନଡବ୍ଲୁ ୭୭୯୨ ରେ ମହାରାଷ୍ଟ୍ର ଯାଉଥିବା ବେଳେ ଶନିବାର ଅପରାହ୍ନରେ ବାଲିଗୁଡ଼ା ଠାରୁ ଦୁଇ କିଲୋମିଟର ଦୂର ସୀତାପଡ଼ିର ଏକ ବୁଲାଣି ରେ ଭାରସାମ୍ୟ ହରାଇ ଟ୍ରକଟି ହଠାତ ଓଲଟି ପଡ଼ିଲା ବୋଲି ଡ୍ରାଇଭର କହିଥିବା ବେଳେ ସେଥିରେ ବସିଥିବା ଭାଲିଆ ମଞ୍ଜିର ମାଲିକ ଦ୍ବୟ ଆହାତ ହୋଇ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.