ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ୩ ଦିନିଆ ସାମର୍ଥ୍ୟ ଶିବିର ଅନୁଷ୍ଠିତ…

add-all

ଫିରିଙ୍ଗିଆ ୧୮/୦୨ : ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ରେ ୩ ଦିନିଆ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ପ୍ରଥମ ଦିନରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ତିନି ଦିନ ପରେ ଆଜି ସମାପ୍ତ ହୋଇଛି l ଫିରିଙ୍ଗିଆ ବ୍ଲକ ର ୪୦ ଟି ବିଦ୍ୟାଳୟ ର ୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ବେଳେ ଏଥିରେ ଆର୍ ପି ଡବ୍ଲୁ ଡି ୨୦୧୬ ଆଇନ୍ ରେ ଥିବା ୨୧ ପ୍ରକାର ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରଣ ,ଶ୍ରେଣୀ କକ୍ଷରେ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ତାହାର ସମାଧାନ ଉପରେ ଆଲୋଚନା ସହ ବିଦ୍ୟାଳୟରେ ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନେ ଏକ ଅନ୍ତଃ ନିବେଶି ପରିବେଶରେ ସାଧାରଣ ପିଲା ମାନଙ୍କ ସହ ଏକାଠି ଖେଳିବା ,ନାଚିବା,ଗାଇବା ସର୍ବପରି ଉପଯୁକ୍ତ ଗୁଣାତ୍ମକ ଶିକ୍ଷା ଲାଭ କରିବା ଉପରେ ଏକ ତ୍ରି ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ ଦିଲିପ୍ କୁମାର ପାଣିଗ୍ରାହୀ, ଅଂଶିମ ନାୟକ,କୃଷ୍ଣ ଚନ୍ଦ୍ର ପୋଢ଼ ତନ୍ମୟ ମହାପାତ୍ର ଯୋଗ ଦେଇଥିବା ବେଳେ ଶିକ୍ଷକ ବିନୋଦ ଚନ୍ଦ୍ର ସାହୁ ,ରାଜେଶ୍ କୁମାର ନାୟକ,ଅଜିତ୍ କୁମାର ବେହେରା, ସ୍ୱାଗତିକା ସାହୁଙ୍କ ସହ ୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.