
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅନ୍ତର୍ଗତ ଜାମଝରି ଠାରେ ୧୫୦୦୦ ଦକ୍ଷତା ବିସିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀର ମାନ୍ୟବର ବିଧାୟକ ଅଙ୍ଗଦ କହଁର ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି l ଆ. ଟି. ଡି.ଏ ଦ୍ୱାରା ମିଶନ ଜୀବିକା ଯୋଜନା ଦ୍ୱାରା ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଫଳରେ ଜିଲ୍ଲା ର ଅଣ୍ଡା ଆବଶ୍ୟକ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କ ର ଏହା ଏକ ଅଭିନବ ପ୍ରୟାସ ଏହି କାର୍ଯ୍ୟ କ୍ରମରେ ଡୋକରା ସ୍ୱୟଂ ସହାୟକ ଗୋଷ୍ଟିର ସମସ୍ତ ସଦସ୍ୟା ମାନେ ଏହି ଫାର୍ମ ର ପରିଚାଳନା ଦାୟିତ୍ଵ ନେଇଥିବା ବେଳେ ସେମାଙ୍କର ଆର୍ଥୀକ ଉର୍ନ୍ନତି ହୋଇ ପାରିବ ବୋଲି ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ପ୍ରକାଶ କରିଥିଲେ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସମସ୍ତ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ଡ଼ା.ଅଳକା ପଟ୍ଟନାୟକ ସହକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡ଼ା ସନ୍ତୋଷ ପଟ୍ଟନାୟକ କହିଥିଲେ l ଦୁତିପଡା ସରପଞ୍ଚ ଶ୍ରୀମତୀ ଜାନକୀ ଜାନୀ, ଖଜୁରୀପଡା ମିଶନ ଶକ୍ତି ସଂଯୋଜକ ଏମବିକେ ଶ୍ରୀମତୀ କଲ୍ୟାଣୀ ଦାସ ବୈଠକରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଏହି ପ୍ରକଳ୍ପରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ୩ ସପ୍ତାହ ପରେ କୁକୁଡ଼ା ମାନେ ଅଣ୍ଡା ଦେବା ଆରମ୍ଭ କରିବେ। ଆଟିଡିଏ ତରଫରୁ ସମ୍ପୂର୍ଣ ମାଗଣା ସହାୟତା ଯୋଗାଇ ଦିଆଯାଉଛି। ଏହି କାର୍ଯ୍ୟକ୍ରମକୁ ଆଟିଡିଏର ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ସଭା ପରିଚାଳନା କରିଥିଲା ବେଳେ ନେତ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l