
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ଇ-ପାଠାଗାର ମିଳିତ ଉଦ୍ୟୋଗରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଆଇଟିଡିଏ କନଫରେନ୍ସ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ନରେଶ ଚନ୍ଦ୍ର ଶବର ସଭାପତିତ୍ବ କରିଥିଲେ। ବିଭିନ୍ନ ବିଷୟ ରେ ନିଜର କ୍ୟାରିଅର ଗଢିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଶବର ସିଭିଲ ସର୍ଭିସ୍ ରେ ନିଜର ଅଭିଜ୍ଞତା ଓ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରେରଣା ଦେଇଥିଲେ ଓ ଆଗାମୀ ପ୍ରତି ମାସରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ଏପରି କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ସୂଚନା ଦେଇଥିଲେ। ଅନିନ୍ଦ୍ୟ ସୁନ୍ଦର ଇଞ୍ଜିନିୟରିଂ ପ୍ରସ୍ତୁତି ଓ ପରୀକ୍ଷା ସହ ଗେଟ୍ ନେଟ୍ ବିଷୟରେ କାଉନସେଲିଂ କରିଥିଲେ। କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ. ବିଜୟ କୃଷ୍ଣ ମିଶ୍ର ଡାକ୍ତରୀ ବିଭାଗରେ ଭବିଷ୍ୟତ ଗଢ଼ିବା ଦିଗରେ ପ୍ରଶିକ୍ଷଣ ଦେଇଥିଲେ। ନବ ନିଯୁକ୍ତ 4ଜଣ ଓଏଏସ ଟ୍ରେନିଂ ଅଫିସର ଶୁଭଶ୍ରୀ ରଥ, ଅଞ୍ଜଳି ମାଝୀ, ବିକ୍ରମ କେଶରୀ ନାୟକ, ମନ୍ତୁ ଖମାରୀ ସିଭିଲ ସର୍ଭିସର ପରୀକ୍ଷା ଓ ଏଥିରେ କିପରି ନିଜର ଅନୁଭୂତି ସହ ଅତ୍ୟାଧୁନିକ ପ୍ରଣାଳୀ ଓ ୱେବସାଇଟ ଆଦି ଉପରେ କାଉନସେଲିଂ କରିବା ସହ ଅଂଶଗ୍ରହଣ କାରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଓ ଜିଲ୍ଲା ଇ ପାଠାଗାର ର ୧୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଲାଇବ୍ରେରୀୟାନ୍ ଶିବ ସୁନ୍ଦର ସାହୁ ଓ ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ପରିଚାଳନା କରିଥିଲେ।