ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର…

add-all

କୁଆଁରମୁଣ୍ଡା : କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ମସଜିଦ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି | ଏଥିରେ ଚାଳକ ଗୁରୁତର ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ପ୍ରକାଶ ଯେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ନାଗରାଟୋଲି ମସଜିଦ ସମ୍ମୁଖ ଦେଇ ଯାଇଥିବା ରାସ୍ତାରେ ବେଦବ୍ୟାସ ଦେଇ କୁଆଁରମୁଣ୍ଡା ଅଭିମୁଖେ ଆସୁଥିବା ବାଇକ୍ ଚାଳକ ଅମିତ୍ ଏକ୍କା (୩୫ବର୍ଷ) ରାସ୍ତା ପାର ହେଉ ଥିବା ଜୈନେକ ପଥଚାରୀ ଙ୍କୁ ଧକ୍କା ଦେବା ଫଳରେ ପଥଚାରୀ ଛିଟିକି ପଡ଼ି ଗୁରୁତର ଆହତ ହେବା ସଙ୍ଗେ ସଙ୍ଗେ ବାଇକ ଚାଳକ ଅମିତ୍ ମଧ୍ୟ ରାସ୍ତାର କିଛି ଦୂର ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ କେତେକ ଗୁରୁତର ଆହତ ଦୁହେଁ ଙ୍କୁ କୁଆଁରମୁଣ୍ଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସିତ କରିଥିବା ବେଳେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ବାଇକ ଗାଡି ନମ୍ବର( ଓଡ଼ି ୧୪ୱାଇ ୫୧୮୦) ଉଦ୍ଧାର କରି ପୋଲିସକୁ ସୂଚନା ଦେଇ ଥିବା ପ୍ରକାଶ।

ad-week
Leave A Reply

Your email address will not be published.