ଏନ୍‌ବିଡବ୍ଲ୍ୟୁରେ ଅଭିଯୁକ୍ତ ଗିରଫ…

add-all

ବ୍ରହ୍ମପୁର :  ସଦର ଥାନା ପୋଲିସ ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଦକ୍ଷିଣପୁର ଗ୍ରାମର ରାମକୃଷ୍ଣ ନାହାକ ଓରଫ ବୁଲୁ (୪୪)। ଏକ ଡକାୟତି ଉଦ୍ୟମ ମାମଲାରେ ସମ୍ପୃକ୍ତି ରହି ୧୧ ବର୍ଷ ଧରି ଫେରାର ଥିବା ରାମକୃଷ୍ଣଙ୍କୁ ପୋଲିସ ରବିବାର ରାତିରେ ଗିରଫ କରିଥିଲା। ସୋମବାର ଏନ୍‌ବିଡବ୍ଲ୍ୟୁ ଜିଆର୍‌ ନମ୍ବର ୧୧୯୭/୧୧ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଥାଉ ଯେ, ୨୦୧୧ ନଭେମ୍ବର ୧୧ରେ ବଡ଼ବଜାର ଥାନା ଅନ୍ତର୍ଗତ ପାଣ୍ଡବନଗରରେ ଏକ ଡକାୟତି ପାଇଁ ଯୋଜନା ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ ରାମକୃଷ୍ଣ ପୋଲିସକୁ ଆକ୍ରମଣକରି ଫେରାର ହୋଇଯାଇଥିଲେ। ପରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ଉକ୍ତ ମାମଲାର ବିଚାର ବେଳେ ସେ କୋର୍ଟରେ ହାଜରହୋଇ ନ ଥିଲେ। କୋର୍ଟ ରାମକୃଷ୍ଣଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ  ଉକ୍ତ ୱାରେଣ୍ଟ ବଳରେ ରାମକୃଷ୍ଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.