ଟ୍ରାକଟର ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର…

add-all

ଦାରିଙ୍ଗବାଡ଼ି,୨୧/୦୨, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଟ୍ରାକଟର ଦୁର୍ଘଟଣାରେ ଜଣେ ମୃତ । ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅଧିନସ୍ତ ସୋନପୁର ଗ୍ରାମ ପଞ୍ଚାୟତ ଦବେଡ଼ି ଗ୍ରାମର ରବି ମୁଠାମାଝୀଙ୍କ ପୁଅ ସୀତାରାମ ମୁଠାମାଝୀ(୩୫)। ଗୁରୁତ୍ୱର ଜଣକ ହେଲେ ବାଂଜାମାହା ଗ୍ରାମର ଧର୍ମେନ୍ଦ୍ର ପ୍ରଧାନଙ୍କ ପୁଅ କପିଳ ପ୍ରଧାନ(୨୧) ବୋଲି ଜଣାପଡ଼ିଛି। ଗତ କାଲି ଟ୍ରାକଟର ଯୋଗେ କାନ୍ଦୁଲ ନେଇ ବ୍ରାହ୍ମଣୀଗାଁ ବଜାରରେ ବିକ୍ରି କରି ନିଜ ଗ୍ରାମ ଦବେଡ଼ିକୁ ଫେରିବା ସମୟରେ ରାତି ପ୍ରାୟ ପାଖାପାଖି ୯ ଘଣ୍ଟା ସମୟରେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମହାଗୁଡ଼ି ଗ୍ରାମ ନିକଟ ଏକ ପୋଲ ନିକଟରେ ଦୁର୍ଘଟଣା ଘଟିଥିଲା। ଫଳରେ ସୀତାରାମର ଘଟଣା ସ୍ଥଳରେ ମୃତ ହୋଇ ଥିଲା। ଅନ୍ୟ ଜଣଙ୍କର ଗୋଡ଼ ଭାଙ୍ଗି ଥିବା ଜଣାପଡ଼ିଛି । ସେ ହେଲେ ବାଂଜାମାହା ଗ୍ରାମର ଧର୍ମେନ୍ଦ୍ର ପ୍ରଧାନଙ୍କ ପୁଅ କପିଳ ପ୍ରଧାନ(୨୧) ବୋଲି ଜଣାପଡ଼ିଛି । ଦାରିଙ୍ଗବାଡି ଡାକ୍ତରଖାନାରେ କପିଳର ଚିକିତ୍ସା ଚାଲିଥିବା ବେଳେ ମୃତକ ସୀତାରାମର ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ଜଣା ପଡ଼ିଛି। ବ୍ରାହ୍ମଣୀଗାଁ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଦାରିଙ୍ଗବାଡି ଡାକ୍ତର ଖାନାରେ ପହଂଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.