ଉତ୍କଳ ଆଲୁମିନାରେ ଉଜ୍ଜ୍ଵଳ ଉତ୍କଳ ମହିଳା କ୍ଲବ୍ ପକ୍ଷରୁ ‘ପୁଷ୍ପ ପ୍ରଦର୍ଶନୀ’

add-all


ଟିକିରି : ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ମୂଳ ନିରନ୍ତର ବିକାଶ ପ୍ରୟାସସମୂହ ହେଉଛି ଜୈବବିବିଧତାକୁ ବଜାୟ ରଖୁବା ସହିତ ପରିବେଶ ସୁରକ୍ଷା ଓ ସଂରକ୍ଷଣ କରିବା । ଏହା ଉଦ୍ୟାନକୃଷିକୁ ସମର୍ଥନ ଏବଂ ଏହାର କାରଖାନା ପରିସରରେ ଏବଂ ପରିସର ବାହାରେ ସବୁଜ ବଳୟକୁ ସମର୍ଥନ କରିବା ଉପରେ ସର୍ବଦା ଗୁରୁତ୍ଵ ଦେଇଆସିଛି। ଏହି ପରିପ୍ରେକ୍ଷୀରେ
ଉତ୍କଳ ଆଲୁମିନା ଠାରେ ଚଳିତ ଫେବୃଆରୀମାସ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଉଜ୍ଜଳ ଉତ୍କଳ ମହିଳା କ୍ଲବ ପକ୍ଷରୁ ଦୁଇଦିନିଆ ‘ ପୁଷ୍ପ ପ୍ରଦର୍ଶନୀ’ ଆୟୋଜିତ ହୋଇଯାଇଛି, ଯେଉଁଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଉତ୍ସବ ମଧ୍ୟ ରହିଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଥିଲା ଆମ ସମାଜ ଏବଂ ଜନସାଧାରଣଙ୍କୁ ଆମ ପାରିପାର୍ଶ୍ବକ ପରିବେଶ ଏବଂ ଏହାର ଚତୁର୍ପାର୍ଶ୍ଵରେ ଜୈବ ବିବିଧତାର ସୁରକ୍ଷା କରିବା ଏବଂ ତାହାକୁ ପ୍ରୋତ୍ସାହନ
ଦେବା ।
ପ୍ରାୟ ୧୦୦ କିସମର ଫୁଲ ଗଛ, ବୋନସାଇ, ପାମ୍ ଗଛ, ଫୋଲିଏଜ ବୃକ୍ଷ, ସକୁଲେଣ୍ଡ ବୃକ୍ଷ ଆଦି ଓଶାପଡା ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା ଏବଂ ଏହା ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଶ୍ରୀ ମକରନ୍ଦ ମୁଦୁଲି, ସମ୍ମାନନୀୟ ବିଧାୟକ ରାୟଗଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍‌ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ଶ୍ରୀମତୀ ହିନା ବେଗ, ପ୍ରେସିଡେଣ୍ଟ, ଉଜ୍ଜ୍ଵଳ ଉତ୍କଳ ମହିଳା କ୍ଲବ୍ ଏହି କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ବରିଷ୍ଠ ପରିଚାଳନା ଅଧିକାରୀଙ୍କ ସହିତ ଆୟୋଜନ କରିଥିଲେ। ଉତ୍କଳ ଆଲୁମିନାର କର୍ମଚାରୀବୃନ୍ଦ, ପରିବାର ସଦସ୍ୟ, ସନ୍ତାନ ସନ୍ତନତି ଏବଂ କମ୍ପାନୀର ସହଭାଗୀ ପ୍ରତିଷ୍ଠାନଗୁଡିକ ଏହି ଅବସରରେ ଉପସ୍ଥିତ ରହି ମନୋଜ୍ଞ ସନ୍ଧ୍ୟାକୁ ଉପଭୋଗ କରିଥିଲେ । ଶ୍ରୀ ମୁଦୁଲି, ବିଧାୟକ ରାୟଗଡା ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଉତ୍କଳ ଆଲୁମିନାକୁ ପ୍ରଶଂସା କରିଥିଲେ। ସେ ଉତ୍କଳ ଆଲୁମିନାର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମଗୁଡିକୁ ମଧ୍ୟ ପ୍ରଶଂସା କରିଥିଲେ, ଯାହା ସ୍ଵାସ୍ଥ୍ୟ, ଶିକ୍ଷା, ଜୀବିକା ଉପାର୍ଜନ, ସାମାଜିକ ବିକାଶ ଏବଂ ଗ୍ରାମ୍ୟ ଭିତ୍ତିଭୂମି ଆଦି କ୍ଷେତ୍ରରେ କାଶୀପୁର ଜନସାଧାରଣଙ୍କ ଜୀବନରେ ରୂପାନ୍ତରଣ ଆଣୁଛି ।
ଶ୍ରୀମତୀ ହିନା ବେଗ୍‌, ପ୍ରେସିଡେଣ୍ଟ, ଉଜ୍ଜ୍ଵଳ ଉତ୍କଳ ମହିଳା କ୍ଲବ୍ ମା’ ଧରିତ୍ରୀ, ମାନବ ଜୀବନ ଏବଂ ମୂଲ୍ୟବୋଧ ପ୍ରତି ଉତ୍ସର୍ଗୀକୃତ ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ତାଙ୍କର ଅନୁଭୂତିଗୁଡିକୁ ଆନନ୍ଦର ସହିତ ବର୍ଣ୍ଣନା କରିଥିଲେ । “ ଏହା ଉତ୍କଳରେ ଏହି ଧରଣର ପ୍ରଥମ କାର୍ଯ୍ୟକ୍ରମ ଥିଲା, ଯେଉଁଠାରେ ଆମେ ଆମ ଜନସାଧାରଣ ଏବଂ ଗୋଷ୍ଠୀଗୁଡିକୁ ଏହି ଆଦିବାସୀବହୁଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପରିବେଶ ଓ ଜୀବଜଗତର ପ୍ରୋତ୍ସାହିତ କରିବା ଏବଂ
ତାହାର ସୁରକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ ଓ ପ୍ରେରିତ କରୁଛି, ” ବୋଲି ଶ୍ରୀ ମଜହର ବେଗକ, ୟୁନିଟ ହେଡ୍‌ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପ୍ରକାଶ କରିଥିଲେ। ଏଥିସହିତ ସେ କହିଥିଲେ ଯେ, ଏହି ପ୍ରଦର୍ଶନୀ ଆମ ଲୋକମାନଙ୍କୁ ଏବଂ ଗୋଷ୍ଠୀଗୁଡିକୁ ଘର ବଗିଚା ସମ୍ପର୍କରେ ପ୍ରଶିକ୍ଷିତ କରିବା ସହିତ ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିବ।

ad-week
Leave A Reply

Your email address will not be published.