ବିଷାକ୍ତ ଜଳବାୟୁ ବଳୟ ମଧ୍ୟରେ କୁଆଁରମୁଣ୍ଡା ତଥା ଆଖପାଖ ଅଞ୍ଚଳ…

add-all

କୁଆଁରମୁଣ୍ଡା : କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଖୁକୁଣ୍ଡୁବାହଲ, କାଲୋସିରିଆ ଓ କୁଆଁରମୁଣ୍ଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଅନେକ ଗୁଡ଼ାଏ ଛୋଟବଡ କଳକାରଖାନା ଓ ଅବୈଧ ଇଟା ଭାଟି ମାନ ଗଢ଼ିଉଠିଥିବା ବେଳେ ସେଠାରୁ ନିର୍ଗତ ବିଷାକ୍ତ ଧୁଆଁ ଘେରରେ ଅଞ୍ଚଳ ର ଲୋକେ ଅତିଷ୍ଠ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି । କିନ୍ତୁ ବିଷାକ୍ତ ଧୁଆଁ ବଳୟ ରେ ଅଞ୍ଚଳର ଜନସାଧାରଣ ଅଣବନି ଶ୍ୱାସୀ ହେବା ବେଳେ ପ୍ରଦୂଷଣ ବିଭାଗ ତଥା ସ୍ଥାନୀୟ ପ୍ରଶାସନ ସବୁ ଜାଣି ଅଜଣା ସଜିବା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। କେତେକ ସ୍ଥଳେ ଏହା ମଧ୍ୟ ଦେଖିବାକୁ ମିଳୁଛି କାରଖାନା ତଥା ନିକଟରେ ଥିବା ଇଟା ଭାଟି ମାନଙ୍କରୁ ନିର୍ଗତ ବିଷାକ୍ତ ଧୁଆଁ ଯୋଗୁଁ ରାତି ପାହିଲା ମାତ୍ରେ ପାଖରେ ଥିବା କୂଅ, ପୋଖରୀ , ନାଳ, ଗାଡିଆ ମାନଙ୍କର ପାଣିରେ ମୋଟା ରେ କଳା ରଙ୍ଗର ଆସ୍ତରଣ ବସି ରହିବା ଫଳରେ ପାଣି ବ୍ୟବହାର ଅନୁପଯୋଗୀ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି। କେତେକ ଗ୍ରାମବାସୀ କୌଣସି ଉପାୟ ନପାଇ ଏହାକୁ ବ୍ୟବହାର କରିବା ଫଳରେ ଜଣ୍ଡିସ ଜନିତ ରୋଗ ତାହା ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି।

କେତେକ ସ୍ଥଳେ ତ କେତେକ ବୟସ୍କ ଓ ଛୋଟ ଛୋଟ ଶିଶୁ ବାୟୁ ପ୍ରଦୂଷଣ ଯୋଗୁଁ ଏହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହେବା ଫଲରେ ଚିକିତ୍ସାରେ ଆରୋଗ୍ୟ ପାଇଁ ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳୁଛି। କେତେକ ସ୍ଥଳେ ଏହା ମଧ୍ୟ ଦେଖିବାକୁ ମିଳୁଛି କୁଆଁରମୁଣ୍ଡା ବସ୍ତି ନିକଟରେ ଥିବା ସ୍ୱସ୍ତିକ ସ୍ପଞ୍ଜ ଓ ହାତିବାରି ରୋଡ଼ ପାର୍ଶ୍ୱରେ ଥିବା ସର୍ଭେସ ରିଫେକ୍ଟ୍ରି ରୁ ସନ୍ଧ୍ୟା ହେବା ମାତ୍ରେ କାରଖାନାରୁ ନିର୍ଗତ ବିଷାକ୍ତ ଧୁଆଁ ଯୋଗୁଁ ସେହି ପାଖଦେଇ ଯିବା କଷ୍ଟ କର ହୋଇ ପଡ଼ିବା ସାଙ୍ଗକୁ କିଛି ସମୟ ବିଷାକ୍ତ ଧୁଆଁ ନିର୍ଗତ ଯୋଗୁଁ କୃତ୍ରିମ କୁହୁଡ଼ିର ରୂପ ସୃଷ୍ଟି କଲା ଭଳି ମନେ ହୁଏ। କାରଖାନାରୁ ନିର୍ଗତ ବିଷାକ୍ତ ଧୁଆଁ ଯୋଗୁଁ ଘରର ଛାତ ମାନଙ୍କରେ ମୋଟାରେ କଳା ରଙ୍ଗର ଧୂଳି ଜମାଟ ବାନ୍ଧିବା ଫଳରେ ଏହି ଧୂଳି ଗୋଡ଼ରେ ଲାଗିବା ଫଳରେ ଏହା ସଂସ୍ପର୍ଶରେ ଆସି ଗୋଡ଼ ଫାଟୁ ଥିବା ଦେଖିବାକୁ ମିଳିଛି |

ad-week
Leave A Reply

Your email address will not be published.