ମାଲକାନଗିରି ରେ ଉଚ୍ଚଶିକ୍ଷା ମନ୍ତ୍ରୀଂଙ୍କୁ କଳାପତକା ଦେଖାଇଲେ କଂଗ୍ରେସ କର୍ମୀ…

add-all

ମାଲକାନଗିରି : ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଆଜି ଏକ ସରକାରୀ କାର୍ଯ୍ୟକ୍ରମ ରେ ମାଲକାନଗିରି ଗ୍ରସ୍ତ କରିଛନ୍ତି । ମାଲକାନଗିରି ମହାବିଦ୍ୟାଳୟ ର ୪୨ବାର୍ଷିକ ଉତ୍ସବରେ ଯୋଗଦାନ ପାଇଁ ଯିବା ଅଵସର ରେ କିଛି କଂଗ୍ରେସ କର୍ମୀ ଶ୍ରୀ ପୂଜାରୀଙ୍କୁ କଳା ପତାକା ଦେଖାଇଥିଲେ । ଏହି କଳା ପତାକା ମାଲକାନଗିରି ଜିଲ୍ଲା ଯୁବ କଂଗ୍ରେସ କର୍ମୀ ଦେଖାଇବା ସହ ରୋହିତ ପୂଜାରୀ ଯାଉଥିବା ଗାଡି ସାଂମନାରେ ଗୋ ବ୍ୟାକ ଗୋ ବ୍ୟାକର ନାରା ଦେଇଥିଲେ କଂଗ୍ରେସ କର୍ମୀ ।ମାଲକାନଗିରି ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମାଲକାନଗିରି ପହଞ୍ଚି ଥିବା ବେଳେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏଭଳି ପ୍ରତିବାଦ ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ କିମ୍ବା ବିଜେଡି ଦଳ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ad-week
Leave A Reply

Your email address will not be published.