ରାଜଗାଙ୍ଗପୁର ଯୁବ ବିକାଶ ମଞ୍ଚର ରକ୍ତଦାନ ଶିବିର…

add-all


ସୁନ୍ଦରଗଡ଼/ ରାଜଗାଙ୍ଗପୁର – ୨୩/୦୨/୨୩
ଆଜି ଓଡିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୂଲ୍ୟରେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇକାକଛାର ଠାରେ “ଯୁବ ବିକାଶ ମଞ୍ଚ” ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସୁନ୍ଦରଗଡ଼ ଜିଲ୍ଲାର ବୈଷୟିକ ସଦସ୍ୟ ବୈକୁଣ୍ଠ_ନାଏକ, ଜୟନ୍ତ ମହାନ୍ତି, ରାଜୁ ମହାନ୍ତି,ଯୁବ ନେତା ଗୌତମ ମହାରଥୀ, ସଞ୍ଜୟ ବିନୋଦ, ମହିଳା ନେତ୍ରୀ ରଶ୍ମି ଏକ୍କା,ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ, ଛାତ୍ର, ମହିଳା ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେy ୫୦ ୟୁନିଟ ରକ୍ତ ସଂଗ୍ରହୀତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାକୃତ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଓଡିଶା ମୋ ପରିବାର ଜୀବନବିନ୍ଦୁ ପକ୍ଷରୁ ହାର୍ଦିକ କୃତଜ୍ଞତା ଜ୍ଞାପନ କରାଯାଇଛି।


ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.